Latest Odisha News

BREAKING NEWS

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

ବଲାଙ୍ଗୀର: କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ। ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଜତିଶ ଖମାରି ଗୁରୁବାର ଦିନ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।

ସେ ଓଡିଶାର ବଲାଙ୍ଗୀର ଜିଲ୍ଲାର ପାଟନାଗଡରେ ଅବସ୍ଥିତ ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏବଂ ‘ଡିଡି-୧’ରେ ୨୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ।

ସୂଚନାନୁସାରେ, ଶ୍ରୀ ଖମାରିଙ୍କୁ ମୃତ୍ୟୁ ବେଳକୁ ୪୬ ବର୍ଷ ହୋଇଥିଲା। ପ୍ରଥମେ ପାଟନାଗଡର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପରେ ବାଲାଙ୍ଗୀର ଭୀମ ଭୋଇ ହସ୍ପିଟାଲରେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।

ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ରାତି ପ୍ରାୟ ୧୦ ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Comments are closed.