Latest Odisha News

ରାଜ୍ୟରୁ ସୁସ୍ଥ ହେଲେ ୧୫୦୩ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦିନକରେ ସୁସ୍ଥ ହୋଇଛନ୍ତି ୧୫୦୩ ଆକ୍ରାନ୍ତ।

ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସୁନ୍ଦରଗଡରୁ ସର୍ବାଧିକ ୩୫୨ ଜଣ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଚିହ୍ନଟ ହୋଇଥିବା ୧୫୦୩ ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୭ ହଜାର ୬୩୭ ଜଣ ଆକ୍ରାନ୍ତ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ ଲକ୍ଷ ୭୨ ହଜାର ୭୦୩କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୯୪୮ରେ ପହଞ୍ଚିଛି।

 

Leave A Reply

Your email address will not be published.