ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା କାୟା । କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରୁ ଚାରି ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜାର ୭୬୧ ଆକ୍ରାନ୍ତ । ଏମାନଙ୍କ ଭିତରେ ୨ହଜାର ୭୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯ଶହ ୭୬ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ବିଶେଷ କରି ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲାରେ ସଂକ୍ରମଣରେ ବ୍ରେକ ଲାଗୁନି । ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୬୭୩, ନୂଆପଡ଼ାରୁ ୫୩୪ ଓ ବଲାଙ୍ଗିର ଜିଲ୍ଲାରୁ ଆଉ ୩୨୨ ସଂକ୍ରମିତ ହୋଇଛନ୍ତି ।
Covid-19 Report For 19th April
New Positive Cases: 4761
In quarantine: 2785
Local contacts: 1976(Details of local contacts will be shared by concerned Dist Administration)
District Wise Cases:
1. Angul: 81
2. Balasore: 84
3. Bargarh: 198
4. Bhadrak: 63
5. Balangir: 322— I & PR Department, Odisha (@IPR_Odisha) April 20, 2021
ଝାରସୁଗୁଡ଼ାରୁ ୨୩୪, ବରଗଡ଼ ୧୯୮, ପୁରୀ ୧୯୩, ସମ୍ୱପୁର ୧୮୩, କଟକ ୧୭୬, କଳାହାଣ୍ଡିରୁ ୧୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନବରଙ୍ଗପୁରରୁ ୧୫୪, କେନ୍ଦୁଝରରୁ ବାହାରିଛନ୍ତି ୧୦୩ ପଜିଟିଭ୍ । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୭୭ହଜାର ୪୬୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୩ଲକ୍ଷ ୪୭ହଜାର ୬୩୭ ଆକ୍ରାନ୍ତ । ରାଜ୍ୟରେ କରୋନା ଆକ୍ଟିଭ୍ କେସ୍ ସଂଖ୍ୟା ୨୭ହଜାର ୮୨୧କୁ ବୃଦ୍ଧି ପାଇଛି ।
22. Mayurbhanj: 86
23. Nawarangpur: 154
24. Nayagarh: 63
25. Nuapada: 534
26. Puri: 193
27. Rayagada: 60
28. Sambalpur: 183
29. Sonepur: 47
30. Sundargarh: 673
31. State Pool:160New recovery: 1503
Cumulative tested: 9668401
Positive: 377464
Recovered: 347637
Active case: 27821— I & PR Department, Odisha (@IPR_Odisha) April 20, 2021
Comments are closed.