Latest Odisha News

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅଭିନେତା ସବ୍ୟସାଚୀଙ୍କ ନୂଆ ଅଭିଯାନ

ଭୁବନେଶ୍ୱର: କରୋନାର ପ୍ରଥମ ପର୍ଯ୍ୟାୟ ବେଳେ ଲକଡାଉନ୍ ଯୋଗୁଁ ବହୁ ପ୍ରବାସୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କୁ ସାହାଯ୍ୟ କରିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର । ଖାଲି ପ୍ରବାସୀ କାହିଁକି ଅନ୍ୟ ଗରିବଙ୍କ ମୁହଁରେ କୋଭିଡ୍ ବେଳେ ସବ୍ୟସାଚୀ ହସ ଭରିଥିଲେ କିଛି ସାହାଯ୍ୟ କରି । କୋଭିଡର ଦ୍ୱିତୀୟ ପ୍ରବାହକୁ ନେଇ ପୁଣି ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ସବ୍ୟର୍ଚ୍ଚିତା ।

ବିଶେଷକରି ମହାରାଷ୍ଟ୍ର, ଦିଲ୍ଲୀ ଓ ଗୁଜରାଟରେ କୋଭିଡ୍ ସ୍ଥିତି ସଙ୍ଗୀନ ଥିବା ବେଳେ ପ୍ରବାସୀ ଓଡ଼ିଆ ଆଇସିୟୁ ବେଡ୍. ଅମ୍ଲଜାନ ଓ ଔଷଧ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁକୁ ଦେଖି ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ସବ୍ୟସାଚୀ ମିଶ୍ର ।

ଏଥିପାଇଁ ସେ ଗୁଗୁଲରେ ଏକ ଅନଲାଇନ୍ ଫର୍ମ ତିଆରି କରିଛନ୍ତି । ନିହାତି ସାହାଯ୍ୟ ଆବଶ୍ୟକ କରୁଥିବା ଲୋକ ବା ସେମାନଙ୍କ ସମ୍ପର୍କୀୟ ଫର୍ମ ଫିଲଅପ୍ କରି ସବ୍ୟସାଚୀଙ୍କ ଠାରୁ ସାହାଯ୍ୟ ପାଇପାରିବେ । ଏଥିପାଇଁ ଆପଣଙ୍କୁ https://bit.ly/patient_details_urgent ରେ କ୍ଲିକ୍ କରିବାକୁ ପଡ଼ିବ ।

କେମିତି କରିବେ ଆବେଦନ ?

ପ୍ରଥମେ https://bit.ly/patient_details_urgent ଲିଙ୍କ କ୍ଲିକ୍ କରନ୍ତୁ

ତା’ପରେ ଆପଣଙ୍କ ଇମେଲ୍ ଆଇଡି, କରୋନା ଆକ୍ରାନ୍ତ ନାଁ ଲେଖନ୍ତୁ

ଆକ୍ରାନ୍ତଙ୍କ ବୟସ, ଲିଙ୍ଗ, ଫୋନ୍ ନମ୍ବର, ବିକଳ୍ପ ନମ୍ବର ଦିଅନ୍ତୁ

ଆକ୍ରାନ୍ତଙ୍କ ବର୍ତ୍ତମାନର ଠିକଣା (ସଂକ୍ରମିତ ଯେଉଁ ସ୍ଥାନରେ ଅଛନ୍ତି ସମ୍ପୂର୍ଣ୍ଣ ଠିକଣା) ଲେଖନ୍ତୁ

ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଠିକଣା ଦିଅନ୍ତୁ

କେଉଁ ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଲେଖିବା ପରେ ସମ୍ବିଟ୍ କରି ଦିଅନ୍ତୁ ।

Comments are closed.