Latest Odisha News

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ବହୁ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଓଡ଼ିଶାରେ କୋଭିଡ୍ ହସ୍ପିଟାଲରେ ସମ୍ଭାବ୍ୟ ଅଗ୍ନିକାଣ୍ଡର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି । କଡ଼ାକଡ଼ି କରାଯାଇଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା । ଅଗ୍ନିକାଣ୍ଡ ଜନିତ ଯେକୌଣସି ଅଘଟଣକୁ ଏଡ଼ାଇବା ପାଇଁ ସମସ୍ତ କୋଭିଡ୍ ହସ୍ପିଟାଲରେ ଫାୟାର ମ୍ୟାନ୍ ନିୟୋଜିତ ଅଛନ୍ତି । କଡ଼ାକଡ଼ି କରାଯାଇଛି ଅଗ୍ନି ନିର୍ବାପନ ବ୍ୟବସ୍ଥା । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ମହାରାଷ୍ଟ୍ରର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୪ ଜଣ ରୋଗୀ ପ୍ରାଣ ହରାଇଥିଲେ ।

Comments are closed.