ଭୁବନେଶ୍ୱର: କରୋନା କାଳରେ ସାରା ଦେଶରେ ଦେଖାଦେଇଛି ଅକ୍ସିଜେନ ସଂକଟ । ଏଭଳି ଦୁସ୍ଥିତିରେ ସମୟରେ ବିଭିନ୍ନ ରାଜ୍ୟରୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଗତ ତିନି ଦିନ ଭିତରେ (ଆଜି ସୁଦ୍ଧା) ଓଡ଼ିଶା ମୋଟ୍ ୪୯ଟି ଅକ୍ସିଜେନ୍ ଟ୍ୟାଙ୍କର ଯୋଗେ ବିଭିନ୍ନ ରାଜ୍ୟକୁ ପଠାଇଛି ୮୬୯ ମେଟ୍ରିକ ଟନ୍ ମେଡିକାଲ୍ ଅକ୍ସିଜେନ୍ । ଅନୁଗୋଳ, ଢେଙ୍କାନାଳ, ରାଉରକେଲା ଓ ଯାଜପୁରରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ଏହି ଅକ୍ସିଜେନ ଯୋଗାଣ କରାଯାଉଛି । ଆଜି ଆଉ କିଛି ଟ୍ୟାଙ୍କର ଯୋଗେ ଅକ୍ସିଜେନ୍ ପଠାଯିବ ।
Dedicated Corridor has been set up with round the clock monitoring. Odisha Police is committed to ensure that there is no delay in loading and transporting so as to promptly serve thousands of patients in UP, Delhi, Haryana, Maharastra, Andhra, Telengana and other needy states.
— Odisha Police (@odisha_police) April 25, 2021
ଓଡ଼ିଶାରୁ ଅକ୍ସିଜେନ ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟକୁ ଯୋଗାଇଛି ଓଡ଼ିଶା । ଅକ୍ସିଜେନ ଯୋଗାଣକୁ ବାଧାମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ସେଲ ଗଠନ କରାଯାଇଛି । ଗ୍ରୀନ କରିଡର ଯୋଗେ ଅକ୍ସିଜେନ ଯୋଗାଣ ଜାରି ରହିଛି । ଅକ୍ସିଜେନ ଟ୍ୟାଙ୍କର ଯାଉଥିବା ରାସ୍ତାକୁ ଟ୍ରାଫିକ ମୁକ୍ତ କରିବା ପାଇଁ ବିଭିନ୍ନ ଜିଲ୍ଲାର ଏସପି, ଡିସିପି, ରେଞ୍ଜ ଆଇ.ଜି ଓ ଡିଆଜିଙ୍କୁ ଦାୟିତ୍ୱ ଦିଆଯାଇଛି ।
Comments are closed.