ଆଜିର ରାଶିଫଳତା ୨୬-୪-୨୦୨୧ ସୋମବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଅପ୍ରେଲ୨୬ ତାରିଖ ସୋମବାର ମେଷ ୧୩ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର
ଆଜିର ଘାତ ବାରମିଥୁନ ରାଶିର
ଆଜିର ଘାତ ଚନ୍ଦ୍ର ବୃଷ ରାଶି ପୁରୁଷ, ଧନୁ ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ ବିରି ଦ୍ରବ୍ୟ
ଆଜି ବିଷ୍ଣୁ ଦମନକ ଚତୁର୍ଦ୍ଦଶୀ ,ମା ହିଙ୍ଗୁଳାଙ୍କ ପୀଠରେ ଯାତ୍ରା
ମେଷ
ଆଜି ଆପଣଙ୍କର ପାରିବାରିକ ଜୀବନ ସୁଖପ୍ରଦ ହେବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ଜମିଜମା ବିବାଦର ସମାଧାନ ହୋଇଯିବ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ।

ବୃଷ
ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିଙ୍କ ସାହାଯ୍ୟ ସହଯୋଗ ସହାନୁଭୂତି ମିଳିବ। ବ୍ୟବସାୟିକ ସଫଳତା ପାଇ ଆନନ୍ଦିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ଦେଖାଦେଇପାରେ।
ମିଥୁନ
ଆଜି ସମସ୍ତ ଦିଗରେ ସଫଳତା ମିଳିବ। ପରିବାରର ଅନୁରୋଧ କ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି।ନୂତନ ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
କର୍କଟ
ଆଜି ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ।ସାହିତ୍ୟ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ।

ସିଂହ
ଆଜି ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା ସାହାଯ୍ୟ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ।ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା କରି ସଫଳତା ହାସଲ କରିବେ।
କନ୍ୟା
ଆଜି ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶୟ ନେଇପାରନ୍ତି।
ତୁଳା
ଆଜି ଦୀର୍ଘଦିନରୁ ପାଉନଥିବା ଅର୍ଥ ହସ୍ତଗତ ହେବ। ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳ କାର୍ଯ୍ୟ କିମ୍ବା ସଭା ସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ।
ବିଛା
ଆଜି ବହୁ ପ୍ରତୀକ୍ଷିତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିବେ।

ଧନୁ
ଆଜି ମନ ଭିତରର ଅକୁହା କଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରକୁ ନେଇ ପ୍ରଶଂସିତ ହେବେ। ଆକସ୍ମିକ ଧନ ଲାଭର ସମ୍ଭାବନା ରହିଛି।ସାଂଗଠନିକ କାର୍ଯ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ମକର
ଆଜି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାସହ ମାନସିକ ସ୍ଥିତି ଠିକ୍ ରହିବ ନାହିଁ। କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଧର୍ମ ପତ୍ନୀଙ୍କ ଉତ୍ସାହ ପ୍ରେରଣା ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେବ। ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
କୁମ୍ଭ
ଆଜି ସରକାରୀ ସାହାଯ୍ୟ, ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆତ୍ମସମ୍ମାନ ବୃଦ୍ଧି କରିବ। ସ୍ଥଗିତ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ସହକର୍ମୀଙ୍କ ଅସହଯୋଗ ପାଇ ଆନନ୍ଦିତ ହେବେ। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।

ମୀନ
ଆଜି ଲାଗି ରହିଥିବା ସମସ୍ଯାର ସମାଧାନ ହୋଇଯିବ। ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର
Comments are closed.