Latest Odisha News

ଦିଲ୍ଲୀରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ଟିକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୧.୩୪ କୋଟି ଡୋଜର ଆଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଘୋଷଣା କରିଛନ୍ତି। ସମସ୍ତ ବୟସ୍କଙ୍କ ପାଇଁ କୋଭିଡ୍-୧୯ ଟିକାକରଣ ମେ ୧ ରୁ ଆରମ୍ଭ ହେବ।

“ଦିଲ୍ଲୀ ସରକାର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଟିକା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଆମେ ୧.୩୪ କୋଟି ଟିକା କ୍ରୟ ପାଇଁ ଅନୁମୋଦନ ଦେଇଛୁ। ଏହା ଶୀଘ୍ର କିଣାଯିବ ଏବଂ ଶୀଘ୍ର ଲୋକମାନଙ୍କୁ ଦେବାକୁ ଆମେ ଉଦ୍ୟମ କରିବୁ। ଏକ ଭିର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ସିଏମ୍ ଅରବିନ୍ଦ କେଜ୍ରିୱାଲ ଏହା କହିଛନ୍ତି।

Comments are closed.