Latest Odisha News

BREAKING NEWS

ଚର୍ଚ୍ଚାରେ ସଲମାନ ଏବଂ ଦିଶାଙ୍କ ଯୋଡି

ମୁମ୍ବାଇ: ଦବାଙ୍ଗ ବଏ୍‌ ସଲ୍‌ମାନଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ରାଧେର ଟ୍ରେଲର ଏଇ ନିକଟରେ ରିଲିଜ ହୋଇଛି। ଟ୍ରେଲରକୁ ବେଶ୍‌ ପ୍ରଶଂସା ମଧ୍ୟ କରାଯାଇଛି। ଫିଲ୍ମର ଏକ ଲୋକପ୍ରିୟ ଟ୍ରାକ୍‌ ମଧ୍ୟ ଏହା ଭିତରେ ରିଲିଜ ହୋଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମର ପ୍ରଥମ ଗୀତ ସିଟି ମାର୍ ରିଲିଜ୍ ହୋଇସାରିଛି।

ଏହି ଗୀତରେ ସଲ୍‌ମାନଙ୍କ ସହ ଦିଶା ପଟାନିଙ୍କ ଯୋଡି ବେଶ୍‌ ଜମିଛି। ଦିଶା ଏବଂ ସଲମାନ ଉଭୟ ଏହାକୁ ସୋସିଆଲ ମିଡିଆ ସେୟାର କରିଛନ୍ତି। ସିଟି ମାର୍ ଗୀତକୁ ଶବୀର ଅହମ୍ମଦ ଲେଖିଥିବା ବେଳେ ଏବଂ କଣ୍ଠଦାନ କରିଛନ୍ତି କମଲ ଖାନ ଏବଂ ଲୁଲିଆ ଭାଣ୍ଟୁର।

ସିଟି ମାର୍‌ରେ ସଲମାନ ଏବଂ ଦିଶା ବେଶ୍‌ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

Comments are closed.