Latest Odisha News

BREAKING NEWS

ତେଜୁଛି +୨ ପରୀକ୍ଷା ବାତିଲ୍ ଦାବି, ପିପିଇ କିଟ୍ ପିନ୍ଧି ଛାତ୍ରଛାତ୍ରୀଙ୍କୁ ଘଉଡାଇଲା ପୋଲିସ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ଦେଖି ତେଜୁଛି +୨ ପରୀକ୍ଷା ବାତିଲ୍ ଦାବି ।

ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ସୋମବାର ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସେମାନେ ବିଧାନସଭା ଅଭିମୁଖେ ବାହାରିଥିଲା ବେଳେ ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ। ଯାହା ଫଳରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।

ଆଇନଶୃଙ୍ଖଳା ସ୍ଥିତି ଭଙ୍ଗ ହେବାରୁ ପୋଲିସ କର୍ମଚାରୀମାନେ ପିପିଇ କିଟ୍ ପିନ୍ଧି ଛାତ୍ରଛାତ୍ରୀ ଓ ଛାତ୍ର ନେତାମାନଙ୍କୁ ଭ୍ୟାନରେ ବସାଇ ନେବାକୁ ପଡ଼ିଥିଲା ।

ତେବେ +୨ ପରୀକ୍ଷା ବାତିଲ୍ ଦାବି ମଧ୍ୟ ରାଜ୍ୟର ଅନେକ କଲେଜରେ ବିରୋଧ ତେଜିବାରେ ଲାଗିଛି। ଏହା ବ୍ୟତୀତ ପରୀକ୍ଷା ସମ୍ପର୍କିତ ନିଷ୍ପତ୍ତି ଆସନ୍ତା ଜୁନ୍ ମାସରେ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିବା ବେଳେ ପୂର୍ବଭଳି ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

କିନ୍ତୁ ଏହି ପରୀକ୍ଷା ବାତିଲ୍ ହେଲେ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।

Comments are closed.