ଭୁବନେଶ୍ୱର: କରୋନା ମାନଚିତ୍ରରେ ପ୍ରତିଦିନ ରଙ୍ଗ ବଦଳାଉଛି ଓଡ଼ିଶା । ସଂକ୍ରମଣ ବଢୁଛି । ସେହି ଅନୁସାରେ ଓଡ଼ିଶାର କରୋନା ମାନଚିତ୍ରରେ ରଙ୍ଗ ବି ବଦଳୁଛି । ଅର୍ଥାତ୍ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି । ଏବେ କରୋନା କାୟାରେ ଅଧା ଓଡ଼ିଶା । ୧୭ଟି ଜିଲ୍ଲା ରେଡ୍ ଜୋନରେ ଅଛି । ଆଜି ରେଡ୍ ଜୋନ୍ ତାଲିକାରେ ଯୋଡ଼ି ହୋଇଛି ଅନୁଗୋଳ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲା ।
ରେଡ୍ ଜୋନରେ ସୀମାନ୍ତବର୍ତ୍ତୀ ଜିଲ୍ଲା
ରେଡ୍ ଜୋନ୍ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଉପରେ ରହିଛି । ଛତିଶଗଡ଼ ସୀମାନ୍ତବର୍ତ୍ତୀ ୧୦ଜିଲ୍ଲାରୁ ୮ଟି ଜିଲ୍ଲା ରେଡ୍ ଜୋନ ପରିସରଭୁକ୍ତ ହୋଇ ସାରିଛି । ଏଥିରୁ ମାଲକାନଗିରି (୧୬୬ଟି ଆକ୍ଟିଭ୍ କେସ୍) ଗ୍ରୀନ୍ ଜୋନରେ ଥିବା ବେଳେ କୋରାପୁଟ(୫୬୬ଟି ଆକ୍ଟିଭ୍ କେସ୍) ଅରେଞ୍ଜ ଜୋନରେ ରହିଛି । ସେହିପରି ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲା ବି ରେଡ୍ ଜୋନରେ ଆସି ସାରିଛି ।
ଗ୍ରୀନ୍ ଜୋନରେ ୮, ଅରେଞ୍ଜ ଜୋନରେ ୫ ଜିଲ୍ଲା
ଉପକୂଳରେ ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ, ଅନୁଗୋଳ ସମେତ ଗଞ୍ଜାମ ଜିଲ୍ଲା କରୋନା ରେଡ୍ ଜୋନରେ ରହିଛି । ଏସବୁ ଜିଲ୍ଲାଗୁଡ଼ିକରେ ଦ୍ରୁତ ବଢୁଛି ସଂକ୍ରମଣ । ୮ଟି ଜିଲ୍ଲା ଗ୍ରୀନ ଓ ୫ଟି ଜିଲ୍ଲା ଅରେଞ୍ଜ ଜୋନରେ ରହିଛି । ଏବେ ରାଜ୍ୟରେ ମୋଟ୍ ୫୫ହଜାର ୨୪୫ଟି ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- କୋଲନ କର୍କଟ ବୃଦ୍ଧିର କାରଣ, ଲକ୍ଷଣ ଓ ନିରାକରଣ
- ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା
- ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ, ଜେଲ୍ ରେ ହିଁ ରହିବେ କେଜ୍ରିୱାଲ
- ବିଶ୍ୱକପ୍ ସେମିଫାଇନାଲ : ପ୍ରଥମ ଥର ଫାଇନାଲ ଖେଳିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ
- ମଣିପାଲ ହସ୍ପିଟାଲରେ ସାତ ଦିନ ଶିଶୁର ବିରଳ ହୃଦ୍ ରୋଗର ସଫଳ ଚିକିତ୍ସା
- ଆଜି ଦିଲ୍ଲୀ ଯିବେ ମୋହନ ମାଝୀ, ବିଜେପି ସରକାର ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
- ରଥଯାତ୍ରାକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ବିଜେପି ଏବଂ କଂଗ୍ରେସ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି
- ଆଗାମୀ ୫ ଦିନ ମଧ୍ୟରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
- ସ୍କୁଲରେ ପଢାଇବେ ଅତିଥି ଶିକ୍ଷକ, ୪ ହଜାରରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକ ହେବେ ନିଯୁକ୍ତି