ଭୁବନେଶ୍ୱର: କରୋନା ମାନଚିତ୍ରରେ ପ୍ରତିଦିନ ରଙ୍ଗ ବଦଳାଉଛି ଓଡ଼ିଶା । ସଂକ୍ରମଣ ବଢୁଛି । ସେହି ଅନୁସାରେ ଓଡ଼ିଶାର କରୋନା ମାନଚିତ୍ରରେ ରଙ୍ଗ ବି ବଦଳୁଛି । ଅର୍ଥାତ୍ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି । ଏବେ କରୋନା କାୟାରେ ଅଧା ଓଡ଼ିଶା । ୧୭ଟି ଜିଲ୍ଲା ରେଡ୍ ଜୋନରେ ଅଛି । ଆଜି ରେଡ୍ ଜୋନ୍ ତାଲିକାରେ ଯୋଡ଼ି ହୋଇଛି ଅନୁଗୋଳ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲା ।
ରେଡ୍ ଜୋନରେ ସୀମାନ୍ତବର୍ତ୍ତୀ ଜିଲ୍ଲା
ରେଡ୍ ଜୋନ୍ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଉପରେ ରହିଛି । ଛତିଶଗଡ଼ ସୀମାନ୍ତବର୍ତ୍ତୀ ୧୦ଜିଲ୍ଲାରୁ ୮ଟି ଜିଲ୍ଲା ରେଡ୍ ଜୋନ ପରିସରଭୁକ୍ତ ହୋଇ ସାରିଛି । ଏଥିରୁ ମାଲକାନଗିରି (୧୬୬ଟି ଆକ୍ଟିଭ୍ କେସ୍) ଗ୍ରୀନ୍ ଜୋନରେ ଥିବା ବେଳେ କୋରାପୁଟ(୫୬୬ଟି ଆକ୍ଟିଭ୍ କେସ୍) ଅରେଞ୍ଜ ଜୋନରେ ରହିଛି । ସେହିପରି ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲା ବି ରେଡ୍ ଜୋନରେ ଆସି ସାରିଛି ।
ଗ୍ରୀନ୍ ଜୋନରେ ୮, ଅରେଞ୍ଜ ଜୋନରେ ୫ ଜିଲ୍ଲା
ଉପକୂଳରେ ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ, ଅନୁଗୋଳ ସମେତ ଗଞ୍ଜାମ ଜିଲ୍ଲା କରୋନା ରେଡ୍ ଜୋନରେ ରହିଛି । ଏସବୁ ଜିଲ୍ଲାଗୁଡ଼ିକରେ ଦ୍ରୁତ ବଢୁଛି ସଂକ୍ରମଣ । ୮ଟି ଜିଲ୍ଲା ଗ୍ରୀନ ଓ ୫ଟି ଜିଲ୍ଲା ଅରେଞ୍ଜ ଜୋନରେ ରହିଛି । ଏବେ ରାଜ୍ୟରେ ମୋଟ୍ ୫୫ହଜାର ୨୪୫ଟି ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- ଆସୁଛି ଲଘୁଚାପ, ପାର୍ବଣରେ ଭିଜିବ ଓଡ଼ିଶା
- Smit Machcchar: ପ୍ରାର୍ଥନା ବାହାନାରେ ପଛରୁ ମାରିଲା କୁରାଢ଼ି ମାଡ଼… ଆଖିକୁ ଦିଶୁନଥିଲା, ତଥାପି ହାର ମାନିଲେନି ଭାରତୀୟ ପାଇଲଟ୍!
- ପାର୍ବଣ ପୂର୍ବରୁ ଗଡ଼ିଲା ମୁଣ୍ଡ; ଦୁର୍ଦ୍ଦାନ୍ତ ଟୁନା ନାୟକଙ୍କୁ ହତ୍ୟା ଅଭିଯୋଗ
- Scheme For Unmarried Men: ସାର, ବିହନ, ସବସିଡି ଭଳି ଚଷା ପୁଅଙ୍କୁ ଝିଅ ଖୋଜିକି ଦିଅନ୍ତୁ ସରକାର!
- ସିଦ୍ଧାର୍ଥ ମିଶ୍ର ICICI ଲାଇଫ୍ ଇନସ୍ୟୁରାନ୍ସର ନୂଆ ସିଇଓ, ଜାଣନ୍ତୁ ଓଡ଼ିଶା ସହ କଣ ଲିଙ୍କ୍…
- Jantar Mantar protest: ଜନ୍ତର ମନ୍ତରରେ ମହିଳା ସାମ୍ବାଦିକାଙ୍କୁ ପୋଲିସର ଅସଦାଚରଣ ଅଭିଯୋଗ! ଶାହଙ୍କୁ ଜବାବ ମାଗିଲେ ରାହୁଲ
- ଇସ୍ରାଏଲ୍ ଗସ୍ତ ପାଇଁ କ୍ୟାପ୍ଟେନ୍ ସ୍ମିତ୍ଙ୍କୁ ନେତାନ୍ୟାହୁଙ୍କ ନିମନ୍ତ୍ରଣ: “ଆପଣ ସାରା ବିଶ୍ୱର ନାୟକ”
- ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ୨ ଜଣଙ୍କୁ ଧରିଲା ପୋଲିସ
- ଗୁଗଲ୍ ଫର୍ମ ସେୟାର କରି ସ୍ୱାମୀ ଖୋଜୁଛନ୍ତି ମହିଳା, ଆବେଦନ କଲେଣି ୨୪୦ରୁ ଅଧିକ
- ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଉତ୍ସବ

Comments are closed.