Latest Odisha News

BREAKING NEWS

ଅକ୍ସିଜେନ୍ ଅଭିଯାନରେ ୧ କୋଟି ଟଙ୍କା ଦେବେ ସଚିନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଦେଶରେ ଅକ୍ସିଜେନ୍ ସଙ୍କଟ ଦେଖାଯାଇଛି। ଏଭଳି ସମୟରେ ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ସହାୟତାର ହାତ ବଢାଇଛନ୍ତି। ଅକ୍ସିଜେନ୍ ଯୋଗାଣ ପାଇଁ ସଚିନ ୧ କୋଟି ଟଙ୍କା ଦାନ କରିଛନ୍ତି।

ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ସଚିନ ଟ୍ୱିଟରରେ ଲେଖିଛନ୍ତି, କୋଭିଡର ଦ୍ୱିତୀୟ ଲହର ସମୟରେ ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ୍ ଯୋଗାଇବା ସବୁଠାରୁ ବଡ ଆବଶ୍ୟକତା ହୋଇପଡିଛି।

୨୫୦ରୁ ଅଧିକ ଯୁବ ଉଦ୍ୟୋଗୀର ଏକ ଟିମ୍ ମିଶନ ଅକ୍ସିଜେନ ଆରମ୍ଭ କରି ଅମ୍ଳଜାନ କନସେନଟ୍ରେଟର୍ ଆମଦାନୀ କରିବା ତଥା ଦେଶର ଡାକ୍ତରଖାନାଗୁଡ଼ିକୁ ଦାନ କରିବା ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି। ମୁଁ ଏହି ଉତ୍ତମ କାର୍ଯ୍ୟରେ କିଛି ସହାୟତା କରୁଛି।

କରୋନା ମହାମାରୀ ସମୟରେ ଆମେ ସମସ୍ତେ ଏକାଠି ଠିଆ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

Comments are closed.