Latest Odisha News

BREAKING NEWS

ସୁସ୍ଥ ହେଉଛନ୍ତି ରଣଧୀର କପୁର

ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତା ରଣଧୀର କପୁର କରୋନା ସଂକ୍ରମିତ ହେବା ପରେ ଗତକାଲି ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।

୭୪ ବର୍ଷୀୟ ଅଭିନେତା ରଣଧୀର କପୁର ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ଡାକ୍ତରଖାନାର ସୂତ୍ର ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି।

ତାଙ୍କୁ ସ୍ୱାସ୍ଥ୍ୟାବସ୍ଥାର ଅଧିକ ଯାଞ୍ଚ ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେ କିଛି ଦିନ ଏବେ ହସ୍ପିଟାଲରେ ରହିବେ। ଏ ନେଇ ହସ୍ପିଟାଲ କର୍ତ୍ତୁପକ୍ଷ ତରଫରୁ ସୂଚନା ଦିଆଯାଇଛି।

Comments are closed.