Latest Odisha News

BREAKING NEWS

ଦେଶରେ କମୁଛି: ୨୪ ଘଣ୍ଟାରେ ୩ଲକ୍ଷ ୬୮ହଜାର କରୋନା ଆକ୍ରାନ୍ତ, ୩୪୧୭ ମୃତ୍ୟୁ

ନୂଆଦିଲ୍ଲୀ: ଗତ ଦୁଇ ଦିନ ହେବ ଦେଶରେ କମିଛି କରୋନାର ଦୈନିକ ସଂକ୍ରମଣ । ୩ ଲକ୍ଷ ତଳକୁ ଖସିଛି । ଆଜି ମୃତ୍ୟୁସଂଖ୍ୟାରେ ବି ହ୍ରାସ ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୬୮ହଜାର ୧୪୭ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି ୩ହଜାର ୪୧୭ ଆକ୍ରାନ୍ତଙ୍କ ଜୀବନ ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୯୯ଲକ୍, ୨୫ହଜାର ୬୦୪କୁ ବୃଦ୍ଧି ପାଇଛି । ମୋଟ୍ ମୃତ୍ୟୁସଂଖ୍ୟା ୨ଲକ୍ଷ ୧୮ହଜାର ୯୫୯ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୭୩୨ ଆକ୍ରାନ୍ତ । ଏବେ ଦେଶରେ ୩୪ଲକ୍ଷ ୧୩ହଜାର ୬୪୨ଟି ଆକ୍ଟିଭ୍ କେସ୍ ରହିଛି ।

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ, ରାଜସ୍ଥାନ ସମେତ ୧୦ଟି ରାଜ୍ୟରେ ଦୈନିକ ସଂକ୍ରମଣ ସର୍ବାଧିକ ରହିଛି । ତେବେ ମହାରାଷ୍ଟ୍ର ଓ ଦିଲ୍ଲୀରେ ଲକଡାଉନ୍ ପରେ ପଜିଟିଭ୍ ହାର ଖସିଛି । ତେବେ ଦୈନିକ ଡେଥ୍ କେସ୍ ୩ ହଜାର ତଳକୁ ଖସୁ ନାହିଁ । ସପ୍ତାହେ ହେବ ଦୈନିକ ମୃତ୍ୟୁସଂଖ୍ୟା ୩୫ଶହ ଉପରେ ରହୁଥିଲା ।

Leave A Reply

Your email address will not be published.