Latest Odisha News

BREAKING NEWS

ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ୩୦ ହଜାର ଶ୍ରମିକଙ୍କୁ ଟିକାକରଣର ସୁବିଧା ଯୋଗାଇବ ୟଶ ରାଜ ଫିଲ୍ମସ

ନୂଆଦିଲ୍ଲୀ: କରୋନା ଭୂତାଣୁ ଅନେକ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ କ୍ଷତି ପହଞ୍ଚାଇଛି। କରୋନା ଯୋଗୁ ଦେଶର ଅନେକ ସ୍ଥାନରେ ଲକଡାଉନ୍ ଏବଂ କର୍ଫ୍ୟୁ ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି କରିଛି। ଏହି କାରଣରୁ, କ୍ଷୁଦ୍ର ଶ୍ରମିକ ଏବଂ ଗରିବ ଲୋକଙ୍କୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡୁଛି। ତେବେ ଦେଶର ଅନେକ ସେଲିବ୍ରିଟି ଏହି ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ଦେଖିବାକୁ ମିଳୁଛି।

ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ବଲିଉଡ ଅଭିନେତା ଏବଂ ନିର୍ମାତା-ନିର୍ଦ୍ଦେଶକ ଆଗକୁ ଆସୁଛନ୍ତି। ହିନ୍ଦୀ ସିନେମାର ପ୍ରସିଦ୍ଧ ନିର୍ମାତା ୟଶ ରାଜ ଫିଲ୍ମସ ମଧ୍ୟ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଇଣ୍ଡଷ୍ଟ୍ରିରେ କାମ କରୁଥିବା ୩୦ ହଜାର ଶ୍ରମିକଙ୍କୁ ଟିକାକରଣର ସୁବିଧା ଯୋଗାଇଦେବାକୁ ୟଶ ରାଜ ଫିଲ୍ମ ନିଷ୍ପତ୍ତି ନେଇଛି।

ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ କର୍ମଚାରୀ (FWICE) ଏହି ସୂଚନା ଦେଇଛନ୍ତି। ଶ୍ରମିକମାନଙ୍କୁ ଟିକାକରଣ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ (FWICE) ପକ୍ଷରୁ ଚିଠି ଲେଖି ଜଣାଯାଇଥିବା ସୂଚନା ମିଳିଛି।

Comments are closed.