Latest Odisha News

BREAKING NEWS

ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ବିରୋଧୀଦଳର ନେତା ତଥା ବିଜେପି ନେତା ପ୍ରଦୀପ୍ତ କୁମାର ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

“କରୋନା ପଜିଟିଭ ଆସିବା ପରେ ବିରୋଧୀଦଳର ନେତା ପ୍ରଦୀପ୍ତ ନାୟକଙ୍କ ଗୁରୁତର ଅବସ୍ଥା ବିଷୟରେ ଜାଣି ଦୁଃଖିତ। ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପ୍ରାର୍ଥନା କରୁଛି ବୋଲି ସିଏମ୍ ଟ୍ୱିଟ୍ କରି କହିଛନ୍ତି।

କରୋନା ପଜିଟିଭ୍ ଆସିବା ପରେ ଶ୍ରୀ ନାୟକଙ୍କୁ ଏପ୍ରିଲ୍ ୨୦ରେ ଏମ୍‌ସ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଏପ୍ରିଲ୍ ୨୬ରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।

ଗତକାଲି ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ସ୍ବାସ୍ଥାବସ୍ଥା ଗୁରୁତର ଥିବା ଜଣାଯାଇଛି।

Leave A Reply

Your email address will not be published.