ଭୁବନେଶ୍ୱର: ଓଡ଼ିଶାର ଆଉ ଦୁଇଟି ଜିଲ୍ଲାରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ବିଦ୍ୟାଳୟ । ସୁନ୍ଦରଗଡ଼ ଓ ଅନୁଗୋଳ ଜିଲ୍ଲାରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଏମସିଏଲ୍ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଗୋଟିଏ ଏବଂ ଅନୁଗୋଳ ଜିଲ୍ଲାର ଜଗନ୍ନାଥ ଓ ସୁଭଦ୍ରା ଅଞ୍ଚଳରେ ଗୋଟିଏ ସେଣ୍ଟ୍ରାଲ୍ ସ୍କୁଲ ହେବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମସିଏଲ୍ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ କମି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।


ଗତବର୍ଷ ସେପ୍ଟେମ୍ବର ୨୦ ତାରିଖରେ ଏନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏମସିଏଲ୍ ଦ୍ୱାରା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୋଳ ଜିଲ୍ଲାରେ ତିନିଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନେଇ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିୱେ ଧର୍ମେନ୍ଦ୍ର ପ୍ରଧାନ । ସୁନ୍ଦରଗଡ଼ ଓ ଅନୁଗୋଳ ଜିଲ୍ଲାରେ ଦୁଇଟି ସେଣ୍ଟ୍ରାଲ ସ୍କୁଲ ପ୍ରତିଷ୍ଠା ଦ୍ୱାରା ଖମି ଖାଦାନ ଅଞ୍ଚଳରେ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇପାରିବେ । ସ୍ଥାନୀୟ ଲୋକଙ୍କ ଆଶା ଓ ଆକାଂକ୍ଷା ବି ପୂରଣ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.