Latest Odisha News

BREAKING NEWS

‘କୋଠଘର ଆମ ସାହିତ୍ୟ ପରିବାର’ର କବିତା ସଙ୍କଳନ ‘କୋଠଘର’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଅନୁଷ୍ଠାନ ‘କୋଠଘର ଆମ ସାହିତ୍ୟ ପରିବାର’ର ବାର୍ଷିକ ଉତ୍ସବ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସଦସ୍ୟ ମାନଙ୍କ ସ୍ୱରଚିତ କବିତା ସଙ୍କଳନ ‘କୋଠଘର’ ଉନ୍ମୋଚିତ ହୋଇଯାଇଛି।

ଏହି ଭରଚୁଆଲ ଉତ୍ସବକୁ ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର ଉଦଘାଟନ କରି ସାହିତ୍ୟର ଏକ ନୂଆ ଦାଣ୍ଡିଯାତ୍ରା ଆରମ୍ଭ ହେଉ ବୋଲି ଆଶା ବ୍ୟକ୍ତ କରିଥିଲେ।

ଏହି ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ସାହିତ୍ୟିକା ଡ. ଶକୁନ୍ତଳା ବଳିଆର ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସାହିତ୍ୟର ପ୍ରାଣ ସ୍ପନ୍ଦନ ପ୍ରତେକ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ ବୋଲି କହିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ କବି ଡ. ହୁସେନ ରବି ଗାନ୍ଧୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କବି ମାନଙ୍କୁ ସୃଜନ ଓ ସ୍ବପ୍ନର ସଂକଳ୍ପ ମୟ ସୌଦାଗର ଆଖ୍ୟା ଦେବା ସହ ସେମାନେ ଅନାଦି ଓ ଅମର ବୋଲି ମଧ୍ୟ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟ ଅଗ୍ନିଶମ ଅଧିକାରୀ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ମହେଶ୍ବର ସ୍ୱାଇଁ ଅନ୍ୟତମ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇ ‘କୋଠଘର’ ସାହିତ୍ୟ ଅନୁଷ୍ଠାନର କାର୍ଯ୍ୟଧାରା ସବୁବେଳେ ସାହିତ୍ୟର ଉନ୍ନତି ପାଇଁ ବଜାୟ ରହିଛି ବୋଲି ମତ ଦେଇଥିଲେ। ଅନ୍ୟତମ ଅତିଥି ଜ୍ଞାନଚାନ୍ଦ ଶତପଥୀ ଅନୁଷ୍ଠାନ ପ୍ରତି ଶୁଭେଚ୍ଛା ଜଣେଇଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଆଶିଷ ମିଶ୍ର, ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ, ଅଶୋକ ସାମନ୍ତ, ଡକ୍ଟର ଅଞ୍ଜଳି ତ୍ରିପାଠୀ, ମମତା ମହାପାତ୍ର, ଡକ୍ଟର ଶଶିଭୂଷଣ ମହାପାତ୍ର, ମମତା ବାରିକ, ପ୍ରମୋଦ କୁମାର ଦାସ, ଅକ୍ଷୟ କୁମାର ସାହୁ, ଅଲେଖ ଚନ୍ଦ୍ର ରାଉତ, ଆଶୁତୋଷ ମେହେର, ନିବେଦିତା ଭଞ୍ଜ, ପ୍ରଶାନ୍ତ କୁମାର ନାଥ, ବିଜୟିନୀ ପଣ୍ଡା, ଜୟଶ୍ରୀ ପଟ୍ଟନାୟକ, ଚମକ ଚାନ୍ଦିନୀ ଦାଶ, ବିନୟ ଭୂଷଣ ମହାପାତ୍ର, ପୁଷ୍ପାଞ୍ଜଳି ପଣ୍ଡା, ବ୍ରତତୀ ମହାନ୍ତି, ସୁଷମା ପରିଜା, ରାଜଲକ୍ଷ୍ମୀ ତ୍ରିପାଠୀ, ରମେଶ ପଶାଏତ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଶିଷ୍ଟ କବି ରକ୍ଷକ ନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ବ୍ରହ୍ମାନନ୍ଦ ବିଶ୍ୱାଳ, କିଶୋର ଚନ୍ଦ୍ର ସ୍ୱାଇଁ, ବିରଜା ଦେବୀ, ଡକ୍ଟର ସଂଘମିତ୍ରା ଭଞ୍ଜ, ଭାବଗ୍ରାହୀ ବଳ, ଡକ୍ଟର ରଶ୍ମି ଦାସ, ବାଉରିବନ୍ଧୁ ଲେଙ୍କା, ଡକ୍ଟର ରମେଶ ଚନ୍ଦ୍ର ମହାନ୍ତି, ଆଶୁତୋଷ ପାତ୍ର, ସୌମ୍ୟରଞ୍ଜନ ଦାସ, ମଞ୍ଜୁଲତା ସିଂ, ବସନ୍ତ ମିଶ୍ର, ବୀଣାପାଣି ଚୌଧୁରୀ, ମନିକା ମହାପାତ୍ର, ଗୀତାଞ୍ଜଳି ସ୍ୱାଇଁ, ଦୁଷ୍ମନ୍ତ ଚୌଧୁରୀ, ବୈଜୟନ୍ତୀ ସାହୁ, ଗାୟତ୍ରୀ ତ୍ରିପାଠୀ, ସରୋଜିନୀ ବେହେରା, କମଳିନୀ ଦେବୀ, ଭାରତୀ ପରିଡ଼ା ପ୍ରମୁଖ  କବିତା ପାଠ କରିଥିଲେ ।

ଅନଲାଇନ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭାଷାବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ସଂଯୋଜନା କରିଥିଲେ। କଣ୍ଠଶିଳ୍ପୀ ହିମାଦ୍ରୀ ତନୟା ମିଶ୍ର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ଓ ସମ୍ପାଦିକା ଅମ୍ବିକା ସ୍ୱାଇଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.