Latest Odisha News

BREAKING NEWS

ଝାରପଡ଼ା ଜେଲରେ ଚଢ଼ାଉ, ଜବତ ହେଲା ୯ଟି ମୋବାଇଲ

ଭୁବନେଶ୍ବର : ଝାରପଡ଼ା ଜେଲରେ ଚଢ଼ାଉ । ଜେଲ୍ ଡିଜିଙ୍କ ନେତୃତ୍ବରେ ହୋଇଥିବା ଚଢ଼ାଉ ବେଳେ ଜବତ ହୋଇଛି ୯ଟି ମୋବାଇଲ । ଜେଲ୍ ଭିତରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନିକଟରୁ ଏସବୁ ମୋବାଇଲ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ।

ଆଜି ଅଚାନକ ଝାରପଡ଼ା ଜେଲରେ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ଅପରାଧୀଙ୍କ ପାଖରୁ ମୋବାଇଲ ଫୋନ୍ ଜବତ କରାଯାଇଛି । ୨ ଜଣ ହାର୍ଡକୋର ଅପରାଧୀଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି । ଚଢ଼ାଉ ବେଳେ ମାଟି ତଳେ ଓ କାନ୍ଥ ଭିତରେ ମୋବାଇଲ ଲୁଚାଇ ରଖିଥିଲା ଅପରାଧି । ଖୁବଶୀଘ୍ର ମୋବାଇଲ ରଖିଥିବା ଅନ୍ତେବାସୀଙ୍କୁ ଅନ୍ୟତ୍ର ବଦଳି କରାଯିବ । ଏହାସହ ହାର୍ଡକୋରଙ୍କ ଏରିଆ ଅଫ ଅପରେସନରେ ପରିବର୍ତ୍ତନ କରାଯିବ । ତେବେ ଆଗାମୀ ଦିନରେ ଜେଲରେ ଚଢ଼ାଉକୁ ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ଜେଲ୍ ଡିଜି ।

Leave A Reply

Your email address will not be published.