Latest Odisha News

BREAKING NEWS

କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ବୌଦ୍ଧ: କାୟା ମେଲାଇ ଚାଲିଛି କରୋନା ମହାମାରୀ । ପ୍ରତିଦିନ ଖେଳୁଛି ମୃତ୍ୟୁର ଖେଳ । ଧନୀ ହେଉ ଅବା ଗରିବ, ନେଇ ଚାଲିଛି ଗୋଟିଏ ପରେ ଗୋଟିଏ ଜୀବନ । ଏହି ଧାରାରେ ଚାଲିଯାଇଛି ଓଡିଶାର ଆଉ ଜଣେ ସାମ୍ବାଦିକଙ୍କ ଜୀବନ ।

ଦୈନିକ ଖବର କାଗଜ “ଓଡିଶା ଭାସ୍କର”ର ବୌଦ୍ଧ ଜିଲ୍ଲା ପ୍ରତିନିଧି ଦୁର୍ବାକ୍ଷ ବସ୍ତିଆଙ୍କର ପରଲୋକ ଘଟିଛି । କରୋନାର ସମସ୍ତ ଲକ୍ଷଣ ଥାଇ ଜ୍ୱରରେ ପୀଡିତ ଦୁର୍ବାକ୍ଷ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ୪୫ ବର୍ଷ ବୟସରଙ୍କ ଚାଲିଯାଇଥିଲା ଦୁର୍ବାକ୍ଷଙ୍କ ଜୀବନ । କୋଭିଡ୍‌-୧୯ ଟେଷ୍ଟ ପୂର୍ବରୁ ସେ ପ୍ରାଣ ହରାଇଥିବା ସୂଚନା ରହିଛି । ସବିଶେଷ ରିପୋର୍ଟ ଅନୁଯାୟୀ କରୋନାର ଦ୍ୱିତୀୟ ଲହରିରେ ଏପର୍ଯ୍ୟନ୍ତ ପ୍ରାଣ ହରାଇଲେଣି ୨୦ ଜଣ ସାମ୍ବାଦିକ ।

Leave A Reply

Your email address will not be published.