Latest Odisha News

BREAKING NEWS

ସାତ ରଙ୍ଗର ‘ରେନ୍ ବୋ’ ନଦୀ

ନାଲି, ଧଳା, ଗୋଲାପୀ ଆଉ ନାରଙ୍ଗୀ ଏମିତି ବହୁତ ରଙ୍ଗର ହୋଇଛି ସମ୍ମିଶ୍ରଣ । ଏହା ରଙ୍ଗ ନୁହେଁ ଏ ହେଉଛି ଇନ୍ଦ୍ରଧନୁର ସାତ ରଙ୍ଗ ନେଇ ନଦୀର ଜଳ । ଆଖିକୁ ବିଶ୍ୱାସ ନହେଲେ ବି ସତ । ଏହି ନଦୀର ଜଳ ଇନ୍ଦ୍ର ଧନୁର ସାତ ରଙ୍ଗର ସମ୍ମିଶ୍ରଣ । ପ୍ରାକୃତିକ ମନୋରମ ପରିବେଶ ଭିତରେ ସାତ ରଙ୍ଗରେ ରଙ୍ଗାୟିତ ଏହି ନଦୀର ପାଣି ଦେଖିଲେ ଯେ କେହି ବି ଆକୃଷ୍ଟ ହୋଇଯିବ ।

ଏ ହେଉଛି କଲମ୍ବିଆର ‘ରେନ୍ ବୋ’ନଦୀ, ଯାହାକୁ କାନୋ କ୍ରିଷ୍ଟାଲ ବୋଲି କୁହନ୍ତି । ବିଶ୍ୱର ସବୁଠୁ ସୁନ୍ଦର ନଦୀ । ଦୂରରୂ ଯେ କେହି ବି ଦେଖିଲେ ଆକର୍ଷିତ ହୋଇ ଚାଲିଆସିବ । ଖାସ୍ କରି ପର୍ଯ୍ୟଟକ ମାନଙ୍କର ମଧ୍ୟ ଏହି ସ୍ଥାନ ପ୍ରତି ରହିଛି ବେଶ୍ ଦୁର୍ବଳତା । ସୁନ୍ଦର ପରିବେଶ ସହିତ ଏହି ନଦୀକୁ ଦେଖିବା ଲାଗି ସମସ୍ତେ ବେଶ ତତ୍ପର ହୋଇଉଠନ୍ତି । ଶହଶହ ବର୍ଷ ପରୁଣା ଏହି ନଦୀ । କେଉଁ କାଳରୁ ବହି ଚାଲିଛି । ବଣ ପାହାଡ ଘେରା ମନୋରମ ପରିବେଶ ଭିତରେ ରହିଥିବା ବେଳେ ନଦୀ ନିଜର ରଙ୍ଗୀନ୍ ଜଳ ଯୋଗୁ ବେଶ୍ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

ବର୍ଷ ବର୍ଷ ଧରି ପାଣି ଭିତରେ ବହୁ ଗଡାଏ ଗୁଳ୍ମ ସୃଷ୍ଟି ହୋଇଛି । ସେହି ଗୁଳ୍ମ ସବୁ ହଳଦିଆ ରଙ୍ଗରୁ ନେଇ ସବୁଜ , କମଳା, ଲାଲ୍ , ଗୋଲାପୀ ଓ ନାରଙ୍ଗୀ ରଙ୍ଗର । ତା ସାଙ୍ଗକୁ ନଦୀ ଭିତରେ ବିଭିନ୍ନ ରଙ୍ଗର ପଥର ସବୁ ଜମି ରହିଛି । ପାଣି ବହି ଯାଉଥିବା ବେଳେ ପାଗ ଅନୁସାରେ ଲାଇଟ୍ ପଡି ବିଭିନ୍ନ ରଙ୍ଗ ବିଚ୍ଛୁରିତ ହୋଇଥାଏ । ବିଭିନ୍ନ ସ୍ଥାନରେ ବଡ ବଡ ବଡ ଶିଳା ସବ ରହିଛି । ଆଗରୁ ବିପଦ ଜନକ ଥିବା ବେଳେ ଏବେ ପର୍ଯ୍ୟଟକଙ୍କ ପାଇଁ ବେଶ ନିରାପଦ ଅଞ୍ଚଳ ପାଲଟିଛି …

Leave A Reply

Your email address will not be published.