Latest Odisha News

BREAKING NEWS

୧୬ ସ୍ତ୍ରୀରୁ ୧୫୧ ଛୁଆ, ତଥାପି ଆଉ ଏକ ବିବାହକୁ ଅପେକ୍ଷା

ଭୁବନେଶ୍ୱର: ପଢିବାକୁ କିମ୍ବା ଶୁଣିବାକୁ ଅଜବ ଲାଗୁଥିବ ନିଶ୍ଚୟ । ହେଲେ ଜଣେ ବ୍ୟକ୍ତିଙ୍କର ୧୬ଜଣ ସ୍ତ୍ରୀ ଥିବାବେଳେ ୧୫୧ ଜଣ ପିଲାଛୁଆଙ୍କ ସେ ଅଧିକାରୀ । ତଥାପି ସେ ୧୭ତମ ସ୍ତ୍ରୀକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ଜିମ୍ବାୱେ ହରାରେର ୬୬ ବର୍ଷୀୟ ଅବସରପ୍ରାପ୍ତ ସେନାଧକାରୀ ମିସେକ୍ ନ୍ୟାନ୍‌ଡୋରୋ । ଡେଲି ମେଲ୍ ରିପୋର୍ଟ ଅନୁଯାୟୀ ମିସେକ୍ କୌଣସି କାମ କରନ୍ତି ନାହିଁ । ସାରା ଦିନ, ସପ୍ତାହ, ମାସ ଓ ବର୍ଷ ତମାମ୍ ସେ ନିଜ ସ୍ତ୍ରୀମାନଙ୍କୁ ସନ୍ତୁଷ୍ଟ କରିବାରେ ମସଗୁଲ ରହିଥାନ୍ତି । ନିଜ ଜୀବନରେ ୧୦୦ଜଣଙ୍କୁ ବିବାହ କରିବାକୁ ସ୍ୱପ୍ନ ଦେଖିଥିବା ମିସେକ ମରିବା ର୍ପୂବରୁ ହଜାରେ ପିଲାଛୁଆଙ୍କ ବାପା ହେବାକୁ ଆଶା ରଖିଛନ୍ତି ।

୧୯୮୩ରୁ ମିସେକ୍ ବିବାହକୁ ଏକ ଅଜବ ନିଶା ଅବା ଭିନ୍ନ ମାନସିକତା ଭାବେ ଗ୍ରହଣ କରିଛନ୍ତି । ୩୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବିବାହର ଧାରାକୁ ସେ ଆଗକୁ ବି ବଜାୟ ରଖିବେ ବୋଲି ଆଶାୟୀ ଅଛନ୍ତି । ମିସେକଙ୍କ ଅନୁଯାୟୀ ନିଜ ପରିବାରକୁ ବୃଦ୍ଧି କରିବା ପାଇଁ ସେ କୌଣସି ସ୍ତ୍ରୀକୁ ହତାଦର କରିନଥାନ୍ତି ।

Leave A Reply

Your email address will not be published.