ନୂଆଦିଲ୍ଲୀ: ୨୩ ବର୍ଷୀୟ ପୂର୍ବତନ ଜାତୀୟ ଜୁନିୟର ରେସଲିଂ ଚାମ୍ପିୟନ ସାଗର ହତ୍ୟା ଘଟଣାରେ ଶନିବାର ଦିଲ୍ଲୀ ପୋଲିସ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ଜାମିନ ବିହୀନ ୱାରେଂଟ ଜାରୀ କରିଛି । ଛତ୍ରଶାଲ ଷ୍ଟାଡିୟମରେ ଦୁଇ ପହଲିୱାନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ସାଗରଙ୍କ ମୃତ୍ୟୁ ଘଟିଥିଲା ବେଳେ ୫ଜଣ ଆହତ ହୋଇଥିଲେ ।
ଘଟଣା ସ୍ଥଳରେ ସୁଶୀଲ ଉପସ୍ଥିତ ଥିବାରୁ ପୋଲିସ ୱରେଂଟ ଇସ୍ୟୁ କରିଥିଲା । ସୁଶୀଲ ଫେରାର ରହିବା ଯୋଗୁ ଏବେ ଜାମିନ ବିହୀନ ୱାରେଂଟ ଜାରୀ କରାଯାଇଛି । ସାଗର ଦିଲ୍ଲୀ ପୋଲିସର ଜନୈକ ହେଡ କନେଷ୍ଟବଳଙ୍କୁ ପୁତ୍ର ।
Comments are closed.