Latest Odisha News

ରାଜ୍ୟରୁ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏଭଳିସ୍ଥିତିରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୨ ହଜାର ୭୭ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨ ହଜାର ୭୨ ଜଣ ଅଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୬୧୧ ଜଣ ଥିବା ବେଳେ, କଟକରୁ ୯୧୬, ଅନୁଗୁଳରୁ ୫୮୦, ସମ୍ବଲପୁରରୁ ୫୪୩, ବରଗଡ଼ରୁ ୪୬୨, ପୁରୀରୁ ୪୫୩, ବାଲେଶ୍ବରରୁ ୪୩୭, ବଲାଙ୍ଗିରରୁ ୪୩୫, ନବରଙ୍ଗପୁରରୁ ୪୨୯, ଝାରସୁଗୁଡ଼ାରୁ ୪୨୫, କଳାହାଣ୍ଡିରୁ ୪୦୧, ଭଦ୍ରକରୁ ୩୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ନୂଆପଡ଼ାରୁ ୨୬୧ ଜଣ ଥିବା ବେଳେ, ଗଞ୍ଜାମରୁ ୨୧୮, ନୟାଗଡ଼ରୁ ୨୧୫, ସୋନପୁରରୁ ୨୧୩, କେନ୍ଦୁଝରରୁ ୨୧୦, ରାୟଗଡ଼ାରୁ ୧୭୬, ମୟୂରଭଞ୍ଜରୁ ୧୭୫, କେନ୍ଦ୍ରାପଡ଼ାରୁ ୧୫୬, ଢେଙ୍କାନାଳରୁ ୧୩୭, ଦେବଗଡ଼ରୁ ୧୩୬, ଜଗତସିଂହପୁରରୁ ୧୩୦, କୋରାପୁଟରୁ ୧୧୮, ଯାଜପୁରରୁ ୧୦୪, ଗଜପତିରୁ ୧୦୧, ବୌଦ୍ଧରୁ ୯୨, କନ୍ଧମାଳରୁ ୬୯, ମାଲକାନଗିରିରୁ ୬୩ ଓ ଷ୍ଟେଟ୍ ପୁଲରୁ ୩୫୭ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୫ ଲକ୍ଷ ୧୪ ହଜାର ୫୩୨ ଜଣ ଆକ୍ରାନ୍ତ ।

Comments are closed.