ନୂଆଦିଲ୍ଲୀ: କ୍ଲେ କିଙ୍ଗ ଭାବେ ପରିଚିତ ସ୍ପେନର ରାଫେଲ ନାଡାଲ ଇଟାଲିଆରନ ଓପନ ଟେନିସ ଟୁର୍ଣ୍ଣାମେଂଟ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ୭-୫, ୧-୬ ଓ ୬-୩ ସେଟରେ ପରାସ୍ତ କରିଥିଲେ । ୧୦ମ ଥର ପାଇଁ ନାଡାଲ ଏହି ଟାଇଟଲ ହାସଲ କରିଛନ୍ତି ।
ଉଭୟଙ୍କ ମଧ୍ୟରେ ୫୭ ମ୍ୟାଚ ଖେଳାଯାଇଥିବା ବେଳେ ଜୋକୋଭିଚ ୨୯ ଓ ନାଡାଲ ୨୮ ମ୍ୟାଚ ଜିତିଛନ୍ତି । ଫ୍ରେଂଚ ଓପନ ଟୁର୍ଣ୍ଣାମେଂଟ ୨୪ ମେରୁ ଆରମ୍ଭ ହେବାକୁ ଅଛି । ଏଥିରେ ମଧ୍ୟ ଉଭୟଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।
Comments are closed.