ଭୁବନେଶ୍ୱର: ଆଉ କିଛି ସମୟ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ କରିବେ । କରୋନା ମୁକାବିଲା ଓ ଲକଡାଉନ୍ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଣା ହୋଇପାରେ । ରାଜ୍ୟରେ ବଢ଼ିପାରେ ଲକଡାଉନ୍ ଅବଧି । ଏନେଇ ଘୋଷଣା କରିପାରନ୍ତି ମୁଖ୍ୟ ସଚିବ । କାରଣ ରାଜ୍ୟରେ ଆସନ୍ତାକାଲି ଲକଡାଉନ୍ ସରୁଛି ।
ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଘ. ୧.୪୫ ମିନିଟ୍ ସମୟରେ ପ୍ରେସ୍ ବିବୃତି ପ୍ରଦାନ କରିବେ। କାର୍ଯ୍ୟକ୍ରମକୁ @IPROdisha ୟୁଟ୍ୟୁବ୍ ଚାନେଲ୍ ତଥା ଅନ୍ୟାନ୍ୟ ନ୍ୟୁଜ୍ ଚାନେଲ୍ ମାଧ୍ୟମରେ ଲାଇଭ୍ ଦେଖିପାରିବେ। #OdishaFightsCorona pic.twitter.com/nofgLjNgFP
— I & PR Department, Odisha (@IPR_Odisha) May 18, 2021
ଏବେ ରାଜ୍ୟରେ ପଜିଟିଭ୍ ହାର ୨୦ ପ୍ରତିଶତ ତଳେ ରହୁଛି । ବିଭିନ୍ନ ରାଜ୍ୟ ଲକଡାଉନ୍ ଅବଧି ବଢ଼ାଇଛନ୍ତି । ତେଣୁ ଓଡ଼ିଶା ସରକାର ବି ଏଦିଗରେ କିଛି ନିଷ୍ପତ୍ତି ନେଇପାରନ୍ତି । ଲକଡାଉନ୍ ନବଢ଼ିଲେ ବି କଟକଣା ଅଧିକ କଡ଼ାକଡ଼ି ନେଇ ଘୋଷଣା କରିପାରନ୍ତି ମୁଖ୍ୟ ସଚିବ । କଣ କହିବେ ମୁଖ୍ୟ ସଚିବ ତାଉପରେ ସମସ୍ତଙ୍କ ନଜର ରହିଛି ।
Comments are closed.