ନୂଆଦିଲ୍ଲୀ: ଭେଟେରାନ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚମନ ଲାଲ ଗୁପ୍ତାଙ୍କର ପରଲୋକ। କରୋନାରୁ ସୁସ୍ଥ ହେବାର କିଛି ଦିନ ପରେ ମଙ୍ଗଳବାର ତାଙ୍କ ନିଜ ବାସଭବନରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।
ସେ ମେ ୫ରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିରୁ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ।ଏହାପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା ଏବଂ ସେ ଆଜି ସକାଳ ପ୍ରାୟ ୫.୧୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
୧୯୭୨ ମସିହାରେ ପ୍ରଥମ ଥର ପାଇଁ ସେ ଜମ୍ମୁକଶ୍ମୀରର ବିଧାନସଭା ସଦସ୍ୟ ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ଚମତ୍କାର ରାଜନୈତିକ କ୍ୟାରିୟର। ସେ ୨୦୦୮ ରୁ ୨୦୧୪ ମଧ୍ୟରେ ପୁନର୍ବାର ଜମ୍ମୁକଶ୍ମୀରର ବିଧାନସଭା ସଦସ୍ୟ ହୋଇଥିଲେ।
Comments are closed.