Latest Odisha News

BREAKING NEWS

କରୋନାରେ କିନ୍ନରଙ୍କୁ ସହଯୋଗ

ପୁରୀ: କରୋନା ବଦଳାଇ ଦେଇଛି ସମସ୍ତଙ୍କ ଜୀବନ ଶୈଳୀ । ତେବେ ଏହି ଅସୁବିଧା ସମୟରେ କିନ୍ନର ମାନଙ୍କୁ ସୁଯୋଗ ଓ ନିର୍ମାଣ ତରଫରୁ ରିଲିଫ୍ ବଣ୍ଟନ କରାଯାଇଛି । କୋଭିଡ କଟକଣା ଓ ଲକ୍ ଡାଉନ୍ ଯୋଗୁଁ ଅସୁବିଧାରେ ଚଳୁଥିବା କିନ୍ନର ମାନଙ୍କୁ ସୁଯୋଗ ସଂସ୍ଥ‍ା ପକ୍ଷରୁ ରିଲିଫ୍ ବଣ୍ଟନ କରାଯାଇଛି। ପୁରୀ ପୌରାଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୫୦ ଜଣ କିନ୍ନର ମାନଙ୍କୁ ଚୂଡା, ଚାଉଳ, ଚିନି, ପନି ପରିବା ସହିତ ସାନିଟାଇଜର ,ମାସ୍କ ଓ ସାବୁନ୍ ମଧ୍ୟ ବଣ୍ଟନ କରାଯାଇଛି ।

ସାମାଜିକ , ସାଂସ୍କୃତିକ ଓ ଶୈକ୍ଷକ ଅନୁଷ୍ଠାନ ନିର୍ମାଣ ପୁରୀ ଓ ସୁଯୋଗ ଭୁବନେଶ୍ୱର ଦ୍ଵାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। କିନ୍ନର ମାନଙ୍କ ପୁନର୍ବାସ ସହ ଥଇଥାନ ଉପରେ ଗୁରୁତ୍ବ ଦିଆଯାଇଥିଲା । ଲକ୍ ଡାଉନ୍ ଯୋଗୁଁ କିନରମାନେ ଅନେକ ଅଭାବ ଅସୁବିଧାରେ ଥିବା ଏବଂ ଏଭଳି ସମୟରେ ସୁଯୋଗ ଓ ନିର୍ମାଣ ଅନୁଷ୍ଠାନ ସେମାନଙ୍କୁ ସହଯୋଗ କରିଥିଲେ। ଏହି ଅବସରରେ ପୁରୀ ଜିଲ୍ଲା ସମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ୨୮ ଜଣ କିନ୍ନରଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।

Comments are closed.