Latest Odisha News

ବିମାନ ସେବାରୁ ସାଇବର ଆଟାକ୍

ଦିଲ୍ଲୀ :ପ୍ଳେନରୁ ସାଇବର ଆଟାକ୍ । ଏୟାର ଇଣ୍ଡିଆରେ ତଥ୍ୟ ଲିକ୍ ହୋଇଥିବା ଘଟଣା ପଦାକୁ ଆସିଛି । ଏୟାର ଇଣ୍ଡିଆରୁ ସେବା ପାଇଥିବା ପ୍ରାୟ ୪୫ଲକ୍ଷ ଭାରତୀୟ ଓ ବିଦେଶୀ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକରମାନଙ୍କ ହାତକୁ ଚାଲିଯାଇଥିବା ଜଣାପଡିଛି । ୨୦୧୧ ମସିହା ଅଗଷ୍ଟ ମାସ ୨୬ତାରିଖରୁ ୨୦୨୧ ଫେବୃଆରୀ ୩ ଯାଏଁ ଯାତ୍ରୀ ମାନଙ୍କର ସମସ୍ତ ତଥ୍ୟ ଲିକ୍ ହୋଇଛି ।

ଲିକ୍ ତଥ୍ୟ ଗୁଡିକ ଭିତରେ ରହିଛି ଯାତ୍ରୀ ମାନଙ୍କର ଜନ୍ମ ସ୍ଥାନ, ନିଜର ନାମ ଠିକଣା ଇତ୍ୟାଦି । ତା ସହିତ କଣ୍ଟାକ୍ଟ ଇନଫରମେସନ , ପାସପୋର୍ଟ, ଟିକେଟ ଓ କ୍ରେଡିଟ୍ କାର୍ଡ଼ ସମ୍ପର୍କୀତ ସମସ୍ତ ତଥ୍ୟ ଲିକ୍ ହୋଇଯାଇଛି । ଏହି ସବୁ ତଥ୍ୟ ହ୍ୟାକରଙ୍କ ହାତକୁ ଚାଲିଯାଇଥିବା ଏୟାର ଇଣ୍ଡିଆ ପକ୍ଷରୁ ଜଣାଯାଇଛି । ହ୍ୟାକର ମାନେ ପାସେଞ୍ଜର ସର୍ଭିସ ସିଷ୍ଟମର ପ୍ରୋସେସରକୁ ଯାଇ ହ୍ୟାକ କରି ସମସ୍ତତଥ୍ୟ ନେଇଥିବା ଅନୁମାନ କରାଯାଉଛି ।

ଏହି ଘଟଣାରେ ୪୫ଲକ୍ଷ ଯାତ୍ରୀଙ୍କର ବ୍ୟକ୍ତିଗତ ସୂଚନା ବାହାରକୁ ଚାଲିଯାଇଛି । ।ତେବେ ତଥ୍ୟ ଲିକ୍ ହେବା ନେଇ ସମସ୍ତ ତଦନ୍ତ ଜାରି ରହିଛି । ସୁରକ୍ଷା ବିଶେଷଜ୍ଞ ମାନଙ୍କ ସହାୟତା ନିଆଯାଇ କେଡିଟ କାର୍ଡ କମ୍ପାନୀ ମାନଙ୍କୁ ପାସୱାର୍ଡ ବଦଳାଇବା ପାଇଁ କୁହାଯାଉଛି । ଏନେଇ ଫରେନସିକ୍ ଯାଞ୍ଚ ଆରମ୍ଭ ହୋଇଛି । ତଦନ୍ତ ପରେ ଯାହା କିଛି ତଥ୍ୟ ସାମନାକୁ ଆସିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କହାଯାଇଛି ।

Leave A Reply

Your email address will not be published.