ନୂଆଦିଲ୍ଲୀ: ଏହି ଗୀତକୁ ନେଇ ରାଗି ଯାଇଥିଲେ ସଂଗୀତ ନିର୍ଦ୍ଦେଶକ ରାଜେଶ ରୋଶନ। ଏହାକୁ ନେଇ ଏକ ବଡ଼ କାହାଣୀ ମଧ୍ୟ ରହିଛି। ଫିଲ୍ମ ୟାରାନାର ଲୋକପ୍ରିୟ ଗୀତ ‘ଛୁଁକର୍ ମେରେ ମନ୍ କୋ’ ଗୀତ ସୁଟିଂ ସମୟରେ ଅମିତାଭ ବଚ୍ଚନ ଭୀଷଣ ରାଗି ଯାଇଥିଲେ। ଏ ନେଇ ନିର୍ଦ୍ଦେଶକ ରାଜେଶ ରୋଶନ କହିଛନ୍ତି ଯେ ଏହାର ସୁଟିଂ ଶେଷ ହେବା ପରେ ମୋ ମ୍ୟୁଜିକ୍ ରୁମକୁ ଅମିତାଭ୍ ନିୟମିତ ଆସୁଥିଲେ।
ଯେତେବେଳେ ଗୀତଟି ତିଆରି ହେଉଥିଲା, ସେ କଲିକତାକୁ ଏହି ଚଳଚ୍ଚିତ୍ରର ସୁଟିଂ କରିବାକୁ ଯାଇଥିଲେ। ସେଠାରୁ ସେ ଦିନେ ସକାଳେ ମୋତେ ଡାକିଲେ ଏବଂ କହିଥିଲେ ଯେ ଏହି ଗୀତଟି ବହୁତ ଦ୍ରୁତ ଗତିରେ ପ୍ରସ୍ତୁତ ହୋଇଛି, ସେ ଏହାକୁ ସୁଟିଂ କରିବା ଅସମ୍ଭବ। ମୁଁ ତାଙ୍କୁ କହିଲି ଯଦି ମୋ ଉପରେ ବିଶ୍ୱାସ ଅଛି, ତେବେ ସେ ଏହିକୁ କରିବା ଉଚିତ୍। ମୁଁ ଫୋନରେ ତାଙ୍କ କ୍ରୋଧ ଅନୁଭବ କରିପାରିଲି। କିନ୍ତୁ ସେ ଏହି ଗୀତଟିକୁ ଯେପରି ସୁଟ୍ କରିଛନ୍ତି ତାହା ଦର୍ଶକଙ୍କ ମଧ୍ୟରେ ଏବେ ସତେଜ ରହିଛି।
Comments are closed.