Latest Odisha News

କରୋନାର ସୃଷ୍ଟି ଉହାନ ଲ୍ୟାବରୁ ହୋଇଥିବା ନେଇ ସନ୍ଦେହ ଦୃଢ଼ୀଭୂତ, ୟୁନିକ ଫିଙ୍ଗରପ୍ରିଂଟ ମିଳିଲା

ଉହାନ:କରୋନା ମହାମାରୀ ଚୀନରୁ ଉହାନ ଲ୍ୟାବରୁ ହୋଇଥିବା ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି । ଡେଲି ମେଲରେ ପ୍ରକାଶିତ ଖବର ଅନୁସାରେ କୋଭିଡ-୧୯କୁ ଚୀନ ପ୍ରସ୍ତୁତ କରିଛି । ଏଥିପାଇଁ ରିଭର୍ସ ଇଂଜିନିୟରିଂ ଭର୍ସନର ବ୍ୟବହାର କରାଯାଇଛି । ଏହା ବ୍ୟବହାର କରି ଚୀନ ପ୍ରମାଣ କରିବାକୁ ଚାହିଁଛି ବାଦୁଡିରୁ କରୋନା ବ୍ୟାପିଛି । ଏହି ତଥ୍ୟ ବ୍ରିଟିଶ ପ୍ରଫେସର ଏଙ୍ଗସ ଡଗଲିସ ଓ ନରୱେର ବିର୍ଗର ସୋରେନସେନ ଦେଇଛନ୍ତି । ସେମାନଙ୍କ ଥିଓରୀକୁ ଭଲ ଭାବେ ବୁଝିବା ପରିବର୍ତେ ଅନେକ ଏକାଡେମିକ୍ସ ଓ ପ୍ରମୁଖ ଜର୍ଣ୍ଣାଲ ସମ୍ଭବପର ନୁହେଁ ବୋଲି କହି କାଟି ଦେଇଥିଲେ ।

କରୋନା ସାମ୍ପଲର ଅନୁଧ୍ୟାନ କରୁଥିବା ବେଳେ ଏହି ଦୁଇ ବୈଜ୍ଞାନିକଙ୍କୁ ୟୁନିକ ଫିଙ୍ଗରପ୍ରିଂଟ ମିଳିଥିଲା । ବିଭିନ୍ନ ମହଲରୁ ଚାପ ପଡିବା ପରେ ଯେତେବେଳେ ଉହାନ ଲ୍ୟାବକୁ ତଦନ୍ତ କରିବା ପାଇଁ ବୈଜ୍ଞାନିକମାନେ ଗଲେ ସମସ୍ତ ତଥ୍ୟ ନଷ୍ଟ କରି ଦିଆଯାଇଥିଲା । ଏହି ସବୁ ଘଟଣାରେ ହୁର ଭୂମିକା ମଧ୍ୟ ସନ୍ଦେହଜନକ ରହିଥିବା ସେମାନେ ପରୋକ୍ଷରେ କହିଛନ୍ତି ।

Comments are closed.