Latest Odisha News

ଫାଇଜର ଟିକା କମ୍ ପ୍ରଭାବଶାଳୀ କିନ୍ତୁ ଭାରତୀୟ ଷ୍ଟ୍ରେନ୍‌ରୁ ଏହା ରକ୍ଷା କରିଥାଏ

ନୂଆଦିଲ୍ଲୀ: ଫ୍ରାନ୍ସର ପାଷ୍ଟ୍ୟୁର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଫାଇଜର ଟିକା ସାମାନ୍ୟ କମ୍ ପ୍ରଭାବଶାଳୀ କିନ୍ତୁ ଭାରତରେ ଦେଖାଦେଇଥିବା କରୋନା ଷ୍ଟ୍ରେନ୍‌ରୁ ରକ୍ଷା କରୁଥିବା ଜଣାପଡ଼ିଛି।

ତଥ୍ୟ ଅନୁଯାୟୀ, ଫାଇଜର ଟିକା କମ୍‌ ପ୍ରଭାବଶାଳୀ ହେଲେ ବି ଭାରତୀୟ ଷ୍ଟ୍ରେନ୍‌ରୁ ଏହା ରକ୍ଷା କରିଥାଏ ବୋଲି ବାୟୋ ରିକ୍ସିଭ୍ ୱେବସାଇଟରେ ପ୍ରକାଶିତ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ସହ-ଲେଖକ ଅଲିଭିଆର୍ କହିଛନ୍ତି।

ଏହି ଅଧ୍ୟୟନରେ ଓରଲିନ୍ସ ସହରର ୨୮ ଜଣ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୬ ଜଣ ଫାଇଜର ଟିକା ଦୁଇଟି ଡୋଜ ପାଇଥିବାବେଳେ ୧୨ ଜଣ ଆଷ୍ଟ୍ରାଜେନେକା ଟିକା ଗ୍ରହଣ କରିଥିଲେ।

ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ଫାଇଜରର ଦୁଇଟି ଡୋଜ ନେଇଥିଲେ, ଭାରତୀୟ ଭାରିଆଣ୍ଟ B.1.617 ବିରୁଦ୍ଧରେ ସେମାନଙ୍କ ଆଣ୍ଟିବଡିରେ ତିନି ଗୁଣ ହ୍ରାସ ଘଟିଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ତଥାପି ସେମାନେ ସୁରକ୍ଷିତ ରହିଥିଲେ।

ଆଷ୍ଟ୍ରାଜେନେକା ଟିକା ନେଇଥିବା ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଭିନ୍ନ ଥିଲା, ସେମାନଙ୍କ ଆଣ୍ଟିବଡିଗୁଡିକର ନିମ୍ନ ସ୍ତରର ନିରପେକ୍ଷତା ସୃଷ୍ଟି କରିଥିଲା ​​ବୋଲି ଅଧ୍ୟୟନରେ କୁହାଯାଇଛି।

Leave A Reply

Your email address will not be published.