Latest Odisha News

BREAKING NEWS

ପୁଣି ଥରେ ରାଜନୀତିକୁ ଫେରିବେ ଶଶିକଳା!

ନୂଆଦିଲ୍ଲୀ: ବହିଷ୍କୃତ AIADMK ନେତ୍ରୀ ଭି.କେ ଶଶିକଳା କରୋନା ମହାମାରୀ ସମାପ୍ତ ହେବା ପରେ ସକ୍ରିୟ ରାଜନୀତିକୁ ଫେରିବେ ବୋଲି ସେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଶଶିକଳା ଏବଂ ଦଳର ଜଣେ କ୍ୟାଡରଙ୍କ ମଧ୍ୟରେ ହୋଇଥିବା ଫୋନ୍ ବାର୍ତ୍ତାଳାପର ଏକ ଅଡିଓ କ୍ଲିପ୍‌ରେ ଶଶିକଳାଙ୍କ ରାଜନୀତିରେ ଫେରିବା ଯୋଜନାକୁ ନିଶ୍ଚିତ କରୁଥିବା ଶୁଣିବାକୁ ମିଳୁଛି।

ତେବେ ଏହି ଅଡିଓ କ୍ଲିପ୍‌ରେ ଶୁଣିବାକୁ ମିଳିଛି ଯେ “ଚିନ୍ତା କର ନାହିଁ, ନିଶ୍ଚିତ ଭାବରେ ପାର୍ଟିର ଜିନିଷଗୁଡିକ ସଜାଡ଼ିବା, ସମସ୍ତେ ସାହସୀ ହୁଅ। କରୋନା ମହାମାରୀ ଶେ‌ଷ ହେଲେ ମୁଁ ଆସିବି।”

Comments are closed.