Latest Odisha News

BREAKING NEWS

ଧୂମ୍ରପାନ ଏବଂ ତମାଖୁ ସେବନ କରୁଥିବା ଲୋକଙ୍କଠାରେ କରୋନା ଜନିତ ମୃତ୍ୟୁ ଆଶଙ୍କା ୫୦ ପ୍ରତିଶତ ଅଧିକ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ଶୁକ୍ରବାର ଦିନ ଚେତାବନୀ ଦେଇଛନ୍ତି ଯେ ତମାଖୁ ଏବଂ ଧୂମପାନ ସେବନ କରୁଥିବା ଲୋକଙ୍କର କରୋନାରେ ଆକ୍ରାନ୍ତ ଏବଂ ମୃତ୍ୟୁ ହେବାର ୫୦ ପ୍ରତିଶତ ଅଧିକ ଆଶଙ୍କା ରହିଛି।

ହୁ ର ‘ ତମାଖୁ ସେବନ ଛାଡିବା ଅଭିଯାନ ଉପରେ ଏକ ବିବୃତ୍ତିରେ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ କରୋନା ଆକ୍ରାନ୍ତ ଧୂମପାନକାରୀମାନଙ୍କଠାରେ କର୍କଟ, ହୃଦ ରୋଗ ଏବଂ ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟା ଅଧିକ ବଢିପାରେ।

“ଧୂମପାନକାରୀଙ୍କର କରୋନା ସହିତ ଅନ୍ୟ ଭୟଙ୍କର ରୋଗରେ ମୃତ୍ୟୁ ହେବାର ୫୦ ପ୍ରତିଶତ ଅଧିକ ବିପଦ ରହିଛି। ତେଣୁ ଧୂମପାନକାରୀମାନେ ଏହି ସବୁ ରୋଗରୁ ମୁକ୍ତି ପାଇବା ପାଇଁ ହେଲେ ତମାଖୁ ଏବଂ ଧୁମ୍ରପାନ ସେବନରୁ ନିବୃତ ରହିବା ଉଚିତ ବୋଲି କହିଛନ୍ତି ‘ହୁ’ ମୁଖ୍ୟ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସମସ୍ତ ଦେଶକୁ ‘ହୁ’ ର ଏହି ଅଭିଯାନରେ ଯୋଗ ଦେଇ ତମାଖୁମୁକ୍ତ ପରିବେଶ ସୃଷ୍ଟି କରିବାକୁ ଅନୁରୋଧ କରୁଛୁ।

Comments are closed.