ନୂଆଦିଲ୍ଲୀ: କରୋନା ମହାମାରୀ ଲଢ଼େଇ ମଧ୍ୟରେ ଆଉ ଏକ ଭଲ ଖବର ପଂହଚିଛି । ସିଏସଆଇଆର ଇଣ୍ଡିଆ ଏବଂ ଲାକ୍ସାଇ ଲାଇଫ ସାଇନ୍ସ ଦ୍ୱାରା ପ୍ରସ୍ତୁତ ନିକ୍ଲୋସାମାଇଡ ଔଷଧର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଅତ୍ୟାବଶ୍ୟକ ଔଷଧ ତାଲିକାରେ ରଖିଛି । କୃମି ବାବଦକୁ ଏହି ଔଷଧ ବ୍ୟବହାର କରାଯାଉଥିଲା । ଏବେ ଏହାକୁ କରୋନା ମହାମାରୀ ମୁକାବିଲା ପାଇଁ ବ୍ୟବହାର କରାଯିବା ପାଇଁ ଗବେଷଣା ଚାଲିଛି ।
ସରକାର ଏହାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମୋଦନ ଦେଇ ସାରିଛି । ପୂର୍ବରୁ ଡିସିଜିଆଇ ୨ଡିଜିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଏହା ଦ୍ୱାରା କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଥିବା ଜଣାପଡିଛି ।
Comments are closed.