Latest Odisha News

ଗାଁରେ ସମସ୍ୟା ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ପାଟଣାଗଡ : ବିଭିନ୍ନ ସମସ୍ୟା ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ । ପାଟଣାଗଡ଼ ଉପଖଣ୍ଡ ଧୁମାଭଟା ଗାଁରେ ଲୋକେ ଏକାଠି ହୋଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଗାଁରେ ଲାଗିରହିଥିବା ବିଭିନ୍ନ ସମସ୍ୟା ଯଥା ସୋଲାର ସିଷ୍ଟମ କୂଅ ଅଚଳ, ବିଭିନ୍ନ ନଳକୂପ ଅଚଳ ଥିଲେ ସୁଦ୍ଧା ମରାମତି କରାଯାଉନଥିବା, ରଣା ପଡ଼ାରେ ଡ୍ରେନ ନଥିବାରୁ ସବୁ ମଇଳା ପାଣି ଗାଁ ମଝି ରାସ୍ତାରେ ଜମା ହେଉଛି ଯାହା ଦ୍ୱାରା ମଶାର ପ୍ରାଦୁର୍ଭାବ ବଢିବାରେ ଲାଗିଛି ।

ଏନେଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ । ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଓ ଉପରିସ୍ଥ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସମାଧାନ ହୋଇପାରିନି । ଯାହାର ବିରୋଧ କରାଯିବା ସହିତ ସମସ୍ୟା ଗୁଡିକର ସମାଧାନ ଦାବୀ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ଗାଁ ର ସଚେତନ ନାଗରିକ ମାନେ ଏକ ଶୋଭାଯାତ୍ରାରେ ବାହାରିଥିଲେ ।

ପଞ୍ଚାୟତ କତ୍ତୃପକ୍ଷଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏ ନେଇ ସରପଞ୍ଚଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Comments are closed.