Latest Odisha News

ଚାଷୀଙ୍କ ସମସ୍ୟା ସୁଧାରିବାକୁ ପ୍ରତିଶ୍ରୁତି…

ଜୁନାଗଡ଼: ଚାଷୀ ସମସ୍ୟା ନେଇ ମନ୍ତ୍ରୀଙ୍କ ମଣ୍ଡି ପରିଦର୍ଶନ l ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଜୁନାଗଡ଼ ଅନ୍ତର୍ଗତ ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ପଚାରି ବୁଝିଥିଲେ l ବର୍ତ୍ତମାନ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଏଠାରେ ବିଭିନ୍ନ ସମସ୍ୟା ଦେଖାଦେଇଛି l ସେଥି ମଧ୍ୟରୁ ଧାନ ଉଠାଇବା ଓ ଟୋକନ ଲାପସ ପରି ବହୁତ୍ ସମସ୍ୟା ରହିଛି l ଚାର ଭାଟି, ବଣି ଜରା, ବୁଢ଼ୀଦର, ମାଟି ଗାଁ, ରଜ ପୁର,ଚିଲିଗୁଡା, ମୁଣ୍ଡୁରା ଗୁଡା, ଦାସି ଗାଁ, ତାଳପଦର, ପ୍ରଭୃତି ମଣ୍ଡି ମନ୍ତ୍ରୀ ପରିଦର୍ଶନ କରିଥିଲେ l

ଏହି ସବୁ ମଣ୍ଡିରେ କଟନୀ ଛଟନୀ ,ଟୋକନ ଲାପସ ସହ ସ୍ୱୟଂ ସହାୟକ ଗୋଷ୍ଠୀ ଅଦଳ ବଦଳ ଏବଂ ମିଲରସ ଙ୍କ ମନମୁଖୀ କାର୍ଯ୍ୟ ନେଇ ଚାଷୀ ମାନେ ଆଲୋଚନା କରିଥିଲେ l ମନ୍ତ୍ରୀ ସବୁ ସମସ୍ୟା ଅନୁଧ୍ୟାନ କରି ଚାଷୀଙ୍କର ସମସ୍ୟା ଅତିଶୀଘ୍ର ସମାଧାନ କରିବାକୁ ଦୃଢ଼ ପ୍ରତିଶୃତି ଦେଇଥିଲେ l …

Comments are closed.