Latest Odisha News

ବଦଳିଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା

ନୂଆଦିଲ୍ଲୀ : ବଦଳିଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନ ପ୍ରକ୍ରିୟା । ଏହାସହ ପରୀକ୍ଷାର ଫଳାଫଳ ଦାଖଲ ପାଇଁ ତାରିଖ ବୃଦ୍ଧି କରିଛି ବୋର୍ଡ । ଏନେଇ ସିବିଏସଇ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ, କେବଳ ଅନଲାଇନ ଜରିଆରେ ହେବ ବିଦ୍ୟାଳୟରେ ବାକି ଥିବା ପ୍ରାକ୍ଟିକାଲ୍ । ଏହାସହ ୨୮ ଜୁନ ସୁଦ୍ଧା ଦିଆଯାଇଥିବା ଲିଙ୍କରେ ମାର୍କ ଅପଲୋଡ୍ କରିବାକୁ ପଡ଼ିବ । ଏଥିପାଇଁ ମାର୍କ ଦାଖଲ କରିବାର ଶେଷ ତାରିଖ ରହିଛଇ ୧୧ ଜୁନ୍ । ତେଣୁ ବିଦ୍ୟାଳୟ ଗୁଡ଼ିକୁ ବୋର୍ଡ ପକ୍ଷରୁ ସ୍ଥିର ହୋଇଥିବା ସର୍ତ୍ତକୁ ପାଳନ କରିବାକୁ ପଡ଼ିବ ।

ସିବିଏସଇ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ମଧ୍ୟରେ ଏହି ସବୁ ବିଷୟକୁ ଗୁରୁତ୍ବ ଦିଆଯାଇଛି । ଥିଓରୀ ଓ ପ୍ରାକ୍ଟିକାଲ୍, ପ୍ରାଜେକ୍ଟ, ଇଣ୍ଟରନାଲ ଆସେସମେଣ୍ଟ ପାଇଁ ବିଷୟର ତାଲିକା, ପରୀକ୍ଷା ସମୟ ଓ୍ବେବସାଇଟରେ ଉପଲବ୍ଧ ହେବ । ଯଦି ଏକ୍ସଟରନାଲ ଶିକ୍ଷକମାନେ ଉପଲବ୍ଧ ନଥିବେ, ତେବେ ଇଣ୍ଟରନାଲ ଶିକ୍ଷକ ସିବିଏସଇ ବୋର୍ଡ ପକ୍ଷରୁ ସଂପୃକ୍ତ ଲିଙ୍କରେ ମାର୍କ ଅପଲୋଡ୍ କରିପାରିବେ ।

ସେହିପରି ଯଦି ସିବିଏସ୍ଇ ପକ୍ଷରୁ ଏକ୍ସଟରନାଲ ଶିକ୍ଷକ ନିଯୁକ୍ତ ହୋଇଥିବେ, ତେବେ ସେମାନେ ଇଣ୍ଟରନାଲ ଶିକ୍ଷକମାନଙ୍କ ଆଲୋଚନା କରି ପରୀକ୍ଷା ତାରିଖ ସ୍ଥିର କରିପାରିବେ । ଏହାସହ ଆଗକୁ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି ।

Comments are closed.