Latest Odisha News

କରୋନା କବଳରୁ ମୁକୁଳୁଛି ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ମାମଲା କମିବା ଏବେ ଲୋକଙ୍କୁ ଆଣିଦେଇଛି ଆଶ୍ବସ୍ତି । କିନ୍ତୁ ସବୁଠୁ ଅଧିକ ଆଶ୍ବସ୍ତି ଖବର ଆଣିଛି ରାଜଧାନୀ ଭୁବନେଶ୍ବର ପାଇଁ । କାରଣ କରୋନା ସଂକ୍ରମଣକୁ ନେଇ ହଟସ୍ପଟରେ ଥିଲା ଭୁବନେଶ୍ବର । ପ୍ରତିଦିନ ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ, ଏବେ ଏହି ସଂଖ୍ୟା କମିବାରେ ଲାଗିଛି । ଏହି କ୍ରମରେ ଆଜି ବିଏମସି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୪୨୪ ପଜିଟିଭ୍ । କ୍ବାରେଣ୍ଟାଇନରୁ ୫୫ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୩୬୯ । ସେହିପରି ମହାମାରୀ କବଳରୁ ସୁସ୍ଥ ହୋଇ ଫେରିଛନ୍ତି ୧୨୯୫ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ଭୁବନେଶ୍ବରରେ ସ୍ଥିତି ସୁଧୁରୁଥିବାରୁ ଅଧିକାଂଶ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଲାଣି । ଆଜିର ନୂଆ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୮୦ ହଜାର ୯୦୯ ସଂକ୍ରମିତ । ଏମାନଙ୍କ ମଧ୍ୟରୁ ୭୨ ହଜାର ୬୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ୩୫୮ ଜଣଙ୍କ ଜୀବନୀ ନେଲାଣି ମହାମାରୀ । ବାକି ୭୯୨୨ ଜଣଙ୍କ ଚିକିତ୍ସା ଚାଲିଛି । ଏହି ଧାରା ବଜାୟ ରହିଲେ ଭୁବନେଶ୍ବରରେ ଖୁବଶୀଘ୍ର ସ୍ଥିତି ସ୍ବାଭାବିକ୍ ହେବାର ସମ୍ଭାବନା ରହିଛି ।

Comments are closed.