Latest Odisha News

BREAKING NEWS

ଟୀକା ନେଇ ଶିଶୁର ମୃତ୍ୟୁ ଅଭିଯୋଗ

ଯାଜପୁର  : ଟୀକା ନେଇ ଶିଶୁର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ । ଏହି ଅଭିଯୋଗ ଆସିଛି ଯାଜପୁର ବିଞ୍ଝାରପୁର ଥାନା ପଂଳପୁର ଅଞ୍ଚଳରୁ । ଏକ ୨୫ ଦିନର ଶିଶୁକୁ ଟୀକା ଦିଆଯିବା ପରେ ତାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶିଶୁଟିକୁ ପଂଳପୁର ପ୍ରାଥମିକ ବିଦ୍ୟାଳୟରେ ଡାକ୍ତରଖାନା ପକ୍ଷରୁ ଟୀକା ଦିଆଯାଇଥିଲା ।

ଟୀକା ଦିଆଯିବାର କିଛି ସମୟ ପରେ ହଠାତ୍ ଶିଶୁଟି ଅସୁସ୍ଥ ହୋଇପଡିଥିଲା । ତାକୁ ତୁରନ୍ତ ବିଞ୍ଝାରପୁର ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତିା ପୁଲିସ ଶବ ବ୍ୟବଚ୍ଛେଦ କରିବାକ ନେଇଥିବା ବେଳେ ପରିବାର ଲୋକେ ଆଶା କର୍ମୀ ଓ ଏଏନଏମଙ୍କ ନାଁରେ ଏତଲା ଦେଇଛନ୍ତି । ଏନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.