Latest Odisha News

BREAKING NEWS

ହଜ୍ ୨୦୨୧ ପାଇଁ ସମସ୍ତ ଆବେଦନ ବାତିଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହଜ୍‌କୁ ବାତିଲ କରାଯାଇଛି। ଏ ନେଇ ମଙ୍ଗଳବାର ଦିନ ହଜ୍ କମିଟି ପକ୍ଷରୁ ଘୋଷଣା କରାଯାଇଛି। ହଜ୍ ୨୦୨୧ ପାଇଁ ସମସ୍ତ ଆବେଦନ ବାତିଲ କରାଯାଇଛି। ମହାମାରୀ କାରଣରୁ କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ହଜ୍‌ ପାଇଁ ଅନୁମତି ଦିଆଯିବ।

“କେବଳ ରାଜ୍ୟ ଭିତର ଲୋକଙ୍କୁ ଏଥିପାଇଁ ଅନୁମତି ମିଳିବ। ଅନ୍ତର୍ଜାତୀୟ ହଜକୁ ବାତିଲ କରିଦିଆଯାଇଛି। ଭାରତୀୟ ହଜ କମିଟି ଦ୍ବାରା ଏହି ନିଷ୍ପତ୍ତି ନିଆଯାଇଛି।

Comments are closed.