Latest Odisha News

BREAKING NEWS

ରାଜ୍ୟରୁ କରୋନା ନେଲା ୪୨ ଜୀବନ, ଦୁଇ ଦିନ ପରେ ପୁଣି ବଢ଼ିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ଦୁଇ ଦିନ କମିବା ପରେ ରାଜ୍ୟରେ ପୁଣି ବଢ଼ିଲା କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୪୨ ସଂକ୍ରମିତଙ୍କ ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୫ ଜିଲ୍ଲାରୁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଭୁବନେଶ୍ୱରରୁ କେବଳ ୪ ଜଣ ଆକ୍ରାନ୍ତ ଅଛନ୍ତି ।

କଟକ, ଝାରସୁଗୁଡ଼ା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ ଜିଲ୍ଲାରୁ କରୋନା ନେଇଛି ଆଉ ୩ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ ।

ଅନୁଗୋଳ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା ଜିଲ୍ଲାରୁ ଦୁଇ ଜଣ ଲେଖାଏ ମୃତ୍ୟୁବରଣ କରିଥିବା ବେଳେ କଳାହାଣ୍ଡି, ରାୟଗଡ଼ା, ସୋନପୁର ଜିଲ୍ଲାରେ ଜଣେ ଲେଖାଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ହଜାର ୫୫୦କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.