Latest Odisha News

BREAKING NEWS

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ; କଦଳୀ କେଜିକୁ ୩,୩୦୦ ଟଙ୍କା

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଅତ୍ୟଧିକ ଖାଦ୍ୟ ସଙ୍କଟ ଦେଖାଦେଇଛି। ଯେଉଁଠାରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ତୀବ୍ର ଭାବରେ ବୃଦ୍ଧି ପାଇଛି।

ପ୍ରକାଶ ଥାଉ କି, ଦେଶର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ ସ୍ବୀକାର କରିଛନ୍ତି ଯେ ତୀବ୍ର ଖାଦ୍ୟ ଅଭାବକୁ ଦୃଷ୍ଟିରେ ରଖି ପରିସ୍ଥିତି ତୀବ୍ର ହୋଇଛି।

ଗତ ବର୍ଷ ଟାଇଫୁନ୍‌ରେ ହୋଇଥିବା କ୍ଷୟକ୍ଷତି ହେତୁ କୃଷି କ୍ଷେତ୍ର ଏହାର ଶସ୍ୟ ଉତ୍ପାଦନ ଯୋଜନା ପୂରଣ କରିବାରେ ବିଫଳ ହୋଇଥିବାରୁ ଲୋକଙ୍କ ଖାଦ୍ୟ ପରିସ୍ଥିତି ଏବେ ଉଦ୍‌ବେଗଜନକ ହୋଇପଡିଛି ବୋଲି କିମ କହିଛନ୍ତି।

ରିପୋର୍ଟ ଅନୁଯାୟୀ ଦେଶର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ତୀବ୍ର ଭାବେ ବୃଦ୍ଧି ପାଇଛି। ଯେଉଁଥିରେ କଦଳୀ କେଜି ପିଛା ୩,୩୩୫ ଟଙ୍କା ଥିବା ବେଳେ ବ୍ଲାକ୍‌ ଟି ’ପ୍ୟାକେଟ ୭୦ ଡଲାର କିମ୍ବା ୫,୧୯୦ ଟଙ୍କା ରହିଛି। ସେହିପରି କଫିର ପ୍ୟାକେଟର ମୂଲ୍ୟ ୧୦୦ ଡଲାର ତଥା ୭,୪୧୪ ଟଙ୍କା ବିକ୍ରି ହେଉଛି।

କେନ୍ଦ୍ରୀୟ କମିଟି ବୈଠକରେ ସର୍ବୋଚ୍ଚ ନେତା ଖାଦ୍ୟ ଅଭାବକୁ ଶୀଘ୍ର ସମାଧାନ କରିବାକୁ ଦଳର ନେତାମାନଙ୍କୁ କହିଛନ୍ତି।

Comments are closed.