Latest Odisha News

ଏସଡ଼ିଜେଏମଙ୍କ ଅଦାଲତରେ ଅନୁଭବ

କଟକ : କଟକ ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷାଙ୍କ ପକ୍ଷରୁ ରୁଜୁ ମାମଲାରେ ମଧ୍ୟସ୍ଥତା ପାଇଁ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପହଁଚି ଥିଲେ କୋର୍ଟରେ । କିନ୍ତୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ପହଁଚିନଥିଲେ ଅନ୍ୟପଟେ ଆଜି ଗଣ ମାଧ୍ୟମ ଜରିଆରେ ମାମଲାରେ ପୂର୍ଣ୍ଣଛେଦ ଆଣିବାକୁ ବର୍ଷାଙ୍କୁ ଅନୁରୋଧ କରିଛନ୍ତି ଅନୁଭବ। ଅନୁଭବ ବର୍ଷାଙ୍କ ଦୀର୍ଘ ଜୀବନ କାମନା କରିବା ସହ ଭଗବାନ ତାଙ୍କୁ ଖୁସିରେ ରଖନ୍ତୁ ଓ ଭଲରେ ରଖିଥାନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ଅନୁଭବ କହିଛନ୍ତି କି ଏହା ଘର କଥା ମୁଁ ବାହାରେ କହିବାକୁ ଚାହୁଁ ନ ଥିଲି। ପ୍ରଥମେ ମୁଁ ଦିଲ୍ଲୀରେ ଛାଡପତ୍ର ମାମଲା କରିଥିଲି ।

ପରେ ସେ କଟକରେ ଏସଡ଼ିଜେଏମ ଓ ଫ୍ୟାମିଲି କୋର୍ଟ୍ରେ ଦୁଇଟି କେସ କରିଥିଲେ। ଏସଡ଼ିଜେଏମ କୋର୍ଟରେ ତାଙ୍କୁ ମୁଁ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଥିବା ବେଳେ ଫ୍ୟାମିଲି କୋର୍ଟରେ ମୋ ସହ ରହିବା ପାଇଁ ଚାହୁଁଥିବା ଆବେଦନ କରିଛନ୍ତି। ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ତାକୁ ମୁଁ ମାନିବି। ନ୍ୟାୟ ବ୍ୟବସ୍ଥାକୁ ମୁଁ ଆଜି ଯାଏଁ ଅସମ୍ମାନ କରିନାହାଁନ୍ତି ବୋଲି କହିଛନ୍ତି ଅନୁଭବ। ଇତିମଧ୍ୟରେ ୭ ମାସ ଅତିକ୍ରାନ୍ତ ହେଲାଣି। ମୁଁ କୋର୍ଟକୁ ଚାରିଥର ଆସିଲିଣି ବୋଲି କହିଛନ୍ତି ଅନୁଭବ ମହାନ୍ତି। ମାମଲା ତୁରନ୍ତ ସମାଧାନ କରିବାକୁ ଗଣମାଧ୍ୟମ ଜରିଆରେ ବର୍ଷାଙ୍କୁ ନିବେଦନ କରିଛନ୍ତି ଅନୁଭବ।

Leave A Reply

Your email address will not be published.