ବସ୍ତା : STF କୁ ମିଳିଛି ବଡ଼ ସଫଳତା । ନିଶା କାରବାର ବିରୁଦ୍ଧରେ STFର ସଫଳତା । ଟିମ୍ ବାଲେଶ୍ବର ବସ୍ତା ଅଞ୍ଚଳରେ ଚଢାଉ କରି ୨ କିଲୋ ୧୨ ଗ୍ରାମର ବ୍ରାଉନ୍ ସୁଗାର୍ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ଏହି ଘଟଣା ରେ ଧାରା ୨୧ ସି, ୨୯ ଅନୁଯାୟୀ ମାମଲା ରୁଜ୍ଜୁ କରିବା ସହ ଜଣକୁ ଗିରଫ କରିଛି ବୋଲି ସୂଚନା ଦେଇଛନ୍ତି ପୋଲିସ ଡ଼ି ଜି ଅଭୟ ।
ଏହାଛଡ଼ା ସେଠାରୁ ଆଉ ଅନେକ ଆପତ୍ତିଜନକ ଜିନିଷ ମଧ୍ୟ ଜବତ କରିଛି STF । ୨୦୨୦ ରୁ ଆଜି ପର୍ଯ୍ୟନ୍ତ STF ସ୍ପେସାଲ ଡ୍ରାଇଭ୍ ଜାରି ରଖି ୩୫ କିଲୋରୁ ଅଧିକ ବ୍ରାଉନ୍ ସୁଗାର୍ ଏବଂ ୬୬ କୁଇଣ୍ଟାଲ ରୁ ଅଧିକ ଗଞ୍ଜେଇ ଜବତ କରିଛି । ନିଶା କାରବାରରେ ଲିପ୍ତ ୧୦୦ ରୁ ଅଧିକ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇ ସାରିଲାଣି ବୋଲି ସୂଚନା ଦେଇଛନ୍ତି ପୋଲିସ ଡ଼ି ଜି ଶ୍ରୀ ଅଭୟ ।