Latest Odisha News

BREAKING NEWS

ଆଜିଠୁ ଅଲାରନାଥ ଅଣସର ଦର୍ଶନ, କିନ୍ତୁ କରୋନା କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଭକ୍ତ

ପୁରୀ: ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ୧୦୮ ସୁବା ସିତ ଜଳରେ ସ୍ନା କରିବା ପରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ୧୫ ଦିନ ଜ୍ୱର ହେଉଥିବାରୁ ଅଣସର ଘରେ ମହାପ୍ରଭୁଙ୍କ ବିଭିନ୍ନ ଉପଚାର ହେବ । ବର୍ଷକର ଏହି ୧୫ ଦିନ ଭକ୍ତ ଶ୍ରୀଜିଉମାନଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ ଅଲାରନାଥ ଦର୍ଶନର ପରମ୍ପରା ରହିଛି ।

ଆଜିଠାରୁ ଅଲାରନାଥ ଦର୍ଶନ ଆରମ୍ଭ ହୋଇଥିଲେ ସୁଦ୍ଧା କରୋନାକୁ ଦୃଷ୍ଟିରେ ରଖି ଦର୍ଶନ ଉପରେ ରୋକ ଲଗାଯାଇଛି । ମନ୍ଦିର ଚାରିପାଖେ ୧୪୪ ଧାରା ବଳବତ୍ତର ରହିଛି । ତେଣୁ ସାଧାରଣ ଭକ୍ତ ଅଲାରନାଥଙ୍କ ଦର୍ଶନ କରିପାରୁନାହାନ୍ତି ।

Leave A Reply

Your email address will not be published.