ଥାନେ: ମହାରାଷ୍ଟ୍ରର ଜଣେ ମହିଳାଙ୍କୁ ମାତ୍ର କେଇମିନିଟ ମଧ୍ୟରେ କରୋନା ଟିକାର ୩ଟି ଡୋଜ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଦିନ ସମ୍ପୃକ୍ତ ୨୮ ବର୍ଷୀୟା ମହିଳାଜଣକ ଏକ ସରକାରୀ ଟିକାକେନ୍ଦ୍ରକୁ ଟିକା ନେବାକୁ ଆସିଥିଲେ। ଟିକା ନେବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ। ପ୍ରଥମ ଥର ଟିକା ନେବା ପରେ ତାଙ୍କୁ ସେଠାରୁ ହଟିବା ପାଇଁ କେହି କହି ନ ଥିଲେ। ତେଣୁ ସେ ସେଠାରେ ଠିଆ ହୋଇଥିଲେ। ଭିଡ଼ ଭିତରେ ଟିକା ଦେଉଥିବା କର୍ମଚାରୀ ଜଣକ ଗୋଟିଏ ପରେ ଗୋଟିଏ ୩ଟି ଟିକା ଦେଇଦେଇଥିଲେ ବୋଲି ମହିଳାଜଣକ ଅଭିଯୋଗ କରିଛନ୍ତି। ଥାନେ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଅଭିଯୋଗର ତଦନ୍ତ କରାଯାଉଛି। ତେବେ ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ୩ଟି ଟିକା ଦେବା ଘଟଣାକୁ ନଗର ନିଗମ ପକ୍ଷରୁ ଅସ୍ଵୀକାର କରାଯାଇଛି। ମହିଳାଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ତାଙ୍କର କିଛି ଗୁରୁତର ଲକ୍ଷଣ ଦେଖାଦେଇନି ବୋଲି ସଫେଇ ଦିଆଯାଇଛି। ତେବେ ସେ କେଉଁ ଟିକା ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
BREAKING NEWS
- Ammunition Recovered in Manipur:ସୁରକ୍ଷା ବାହିନୀକୁ ବଡ଼ ସଫଳତା: ୯ ଉଗ୍ରବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED ଜବତ
- ବୁଡିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବାପା
- Snake bite:ସାପ କାମୁଡ଼ାର ପ୍ରେମିକ ମୃତ;ଖବର ଶୁଣି ଜୀବନ ହାରିଲା ପ୍ରେମିକା
- ବଜ୍ରାଘାତରେ ଚାଲିଗଲା ୨ଜୀବନ; ୨ ଗୁରୁତର ମେଡିକାଲରେ ଭର୍ତ୍ତି
- ନିଶା ଇଞ୍ଜେକ୍ସନ୍ କାରବାର ଚାଲିଥିବାବେଳେ ଚଢ଼ାଉ; ୪୫୩ ନିଶା ଇଞ୍ଜେକ୍ସନ୍ ଜବତ, ୪ ଗିରଫ
- ଉତ୍ତମ ଆଚରଣ ପାଇଁ ୧୯ଜଣ ଆଜୀବନ କଏଦୀଙ୍କୁ ମୁକ୍ତି;ଝାରପଡ଼ାରୁ ୩
- କମନୱେଲଥ୍ ଗେମ୍ସ: ଗ୍ଲାସଗୋ ରେଷ୍ଟୋରାଣ୍ଟରେ ଭାରତର ଭୁଲ୍ ମାନଚିତ୍ର ଦେଖି ଅସନ୍ତୋଷ ପ୍ରକାଶ କଲେ ଲଭଲିନା
- 3-D ରିଇନ୍ଫୋର୍ସଡ୍ ଆଡଭାନ୍ସଡ୍ କମ୍ପୋଜିଟ୍ ଟେକ୍ନୋଲୋଜି ପାଇଁ NIT ରାଉରକେଲାକୁ ମିଳିଲା ପେଟେଣ୍ଟ
- ହାର୍ଦ୍ଦିକଙ୍କ ଚେନ୍ନାଇ ସୁପର କିଙ୍ଗସ ଟ୍ରେଡ୍କୁ ନେଇ ବଢ଼ୁଛି ସସପେନ୍ସ, ସ୍ପଷ୍ଟୀକରଣ ରଖିଲା ମୁମ୍ବାଇ
- Ferry catches fire: ସମୁଦ୍ର ମଝିରେ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ… ୫ ମୃତ ଓ ୪୧ ନିଖୋଜ
Comments are closed.