ଥାନେ: ମହାରାଷ୍ଟ୍ରର ଜଣେ ମହିଳାଙ୍କୁ ମାତ୍ର କେଇମିନିଟ ମଧ୍ୟରେ କରୋନା ଟିକାର ୩ଟି ଡୋଜ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଦିନ ସମ୍ପୃକ୍ତ ୨୮ ବର୍ଷୀୟା ମହିଳାଜଣକ ଏକ ସରକାରୀ ଟିକାକେନ୍ଦ୍ରକୁ ଟିକା ନେବାକୁ ଆସିଥିଲେ। ଟିକା ନେବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ। ପ୍ରଥମ ଥର ଟିକା ନେବା ପରେ ତାଙ୍କୁ ସେଠାରୁ ହଟିବା ପାଇଁ କେହି କହି ନ ଥିଲେ। ତେଣୁ ସେ ସେଠାରେ ଠିଆ ହୋଇଥିଲେ। ଭିଡ଼ ଭିତରେ ଟିକା ଦେଉଥିବା କର୍ମଚାରୀ ଜଣକ ଗୋଟିଏ ପରେ ଗୋଟିଏ ୩ଟି ଟିକା ଦେଇଦେଇଥିଲେ ବୋଲି ମହିଳାଜଣକ ଅଭିଯୋଗ କରିଛନ୍ତି। ଥାନେ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଅଭିଯୋଗର ତଦନ୍ତ କରାଯାଉଛି। ତେବେ ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ୩ଟି ଟିକା ଦେବା ଘଟଣାକୁ ନଗର ନିଗମ ପକ୍ଷରୁ ଅସ୍ଵୀକାର କରାଯାଇଛି। ମହିଳାଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ତାଙ୍କର କିଛି ଗୁରୁତର ଲକ୍ଷଣ ଦେଖାଦେଇନି ବୋଲି ସଫେଇ ଦିଆଯାଇଛି। ତେବେ ସେ କେଉଁ ଟିକା ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
BREAKING NEWS
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
Comments are closed.