ମୁମ୍ବାଇ: ଜୁଲାଇ ମାସରେ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଦ୍ଵାରା ଜାରି ଛୁଟି ତାଲିକାରେ ବିଭିନ୍ନ ଧାର୍ମିକ ଉତ୍ସବ ପାଇଁ ୯ଟି ଛୁଟି ଦିନ ରହିଛି। ଅବଶ୍ୟ ଏଗୁଡ଼ିକ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ରହିଛି। କିନ୍ତୁ ସମୁଦାୟ ଛୁଟିକୁ ହିସାବ କଲେ ୧୫ ଦିନ ରହୁଛି। ଚଳିତ ମାସ ୪ଟି ରବିବାର ଓ ଦ୍ଵିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ୬ ଦିନ ସାପ୍ତାହିକ ଛୁଟି ରହୁଛି। ୧୨ ତାରିଖରେ ରଥଯାତ୍ରା ପାଇଁ ଓଡ଼ିଶା ଓ ମଣିପୁରରେ ଛୁଟି ରହୁଥିବା ବେଳେ, କଙ୍ଗ ପାଇଁ ରାଜସ୍ଥାନରେ ଛୁଟି ରହୁଛି।୧୩ ଜୁଲାଇରେ ଭାନୁ ଜୟନ୍ତୀ ଓ ୧୪ ଜୁଲାଇରେ ଏକ ସ୍ଥାନୀୟ ପର୍ବ ପାଇଁ ସିକିମରେ ଛୁଟି ରହୁଛି। ୧୪ ଜୁଲାଇରେ ହରେଲା ପୂଜା ପାଇଁ ଉତ୍ତରାଖଣ୍ଡରେ ଛୁଟି ରହୁଛି। ୧୭ ଜୁଲାଇରେ ମେଘାଳୟର ମହାନ ସ୍ଵାଧୀନତା ସଂଗ୍ରାମୀ ଟ୍ରିଅଟ ସିଂହଙ୍କ ସ୍ମାରକୀ ଦିବସ ଓ ଖରାଚିପ ପୂଜା ପାଇଁ ମେଘାଳୟ ଓ ତ୍ରିପୁରାରେ ଛୁଟି ଦିନ ରହିଛି। ସେହିଭଳି ୧୯ ତାରିଖରେ ଗୁରୁ ରିମ୍ପୋଚେ ଥଙ୍ଗକାର ତେସୁଙ୍କ ଜନ୍ନଦିବସ ପାଇଁ ମେଘାଳୟରେ ଛୁଟି ରହୁଛି। ୧୯ ଓ ୨୦ରେ ବକ୍ରି ଇଦ୍ ଓ ଇଦ୍ ଅଲ ଆଧା ପାଇଁ ବ୍ୟାଙ୍କ ଛୁଟି ରହୁଛି। ୩୧ ଜୁଲାଇରେ କେର୍ ପୂଜା ପାଇଁ ତ୍ରିପୁରାରେ ବ୍ୟାଙ୍କ ଛୁଟି ରହୁଛି। ବକ୍ରି ଇଦ୍ ଓ ଇଦ୍ ଅଲ୍ ଆଧା ପାଇଁ ଦେଶର ଅଧିକ ରାଜ୍ୟରେ ଛୁଟି ଦନ ରହୁଛି।
BREAKING NEWS
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
Comments are closed.