Latest Odisha News

BREAKING NEWS

ଆଜି ୧୬ ଜିଲ୍ଲାରୁ କରୋନା ନେଲା ୪୫ ଜୀବନ

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ବି ଦୈନିକ ମୃତ୍ୟୁସଂଖ୍ୟା ନିୟନ୍ତ୍ରଣକୁ ଆସୁନାହିଁ । ୪୦ ଉପରେ ରହୁଛି । ୨୪ ଘଣ୍ଟାରେ ଆଉ ୪୫ ସଂକ୍ରମିତଙ୍କ ଜୀବନ ଯାଇଛି । ୧୬ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ୫ ଜଣ ଆକ୍ରାନ୍ତ ।

ବରଗଡ଼ ଓ କଟକ ଜିଲ୍ଲାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଦୁଇଟି ଜିଲ୍ଲାରେ ଆଉ ୫ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଢେଙ୍କାନାଳ ଜିଲ୍ଲାରୁ ଆଉ ୪ ଜଣ ପ୍ରାଣ ହରାଇଛନ୍ତି । କୋରାପୁଟ, ସମ୍ୱଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି ।

ନୟାଗଡ଼ ଓ ପୁରୀ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ପ୍ରାଣ ନେଇଛି ପ୍ରାଣଘାତୀ କରୋନା । ଅନୁଗୋଳ, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ଆଉ ଜଣେ ଲେଖାଏ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୪ହଜାର ୧୫୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.