Latest Odisha News

BREAKING NEWS

ପଥର ପାଲଟିଯାଉଛି ଏହି କୁନି ଝିଅର ଶରୀର

ନୂଆଦିଲ୍ଲୀ: ଯୁକେର ଏକ ୫ ମାସର ଶିଶୁ କନ୍ୟା ବିରଳ ଜେନେଟିକ୍ ରୋଗରେ ପୀଡିତ ହେବା କାରଣରୁ କୁନି ଝିଅର ଶରୀର ପଥର ପାଲଟି ଯାଉଥିବା ସୂଚନା ମିଳିଛି। ଏହି ବିରଳ ରୋଗ ଯୋଗୁ ଟିକି ଝିଅଟିର ଶରୀରରେ ଥିବା ମାଂଶପେଶୀଗୁଡ଼ିକ ପଥରରେ ପରିଣତ ହୋଉଥିବା ରିପୋର୍ଟ ମିଳିଛି।

ଏହି ଶିଶୁ କନ୍ୟାଟିର ନାଁ ହେଉଛି ଲେକ୍ସି ରବିନ୍ସ। ଚଳିତ ବର୍ଷ ଜାନୁୟାରୀ ୩୧ ରେ ଜନ୍ମଗ୍ରହଣ କରିଥିବା ଏହି ଟିକି ଝିଅଟି ଜନ୍ମ ସମୟରେ ସାଧାରଣ ଶିଶୁ ପରି ଦେଖାଯାଉଥିଲା। ପରେ ଶିଶୁଟିର ଶରୀରେ କିଛି ବିଚିତ୍ରତା ପରିଲକ୍ଷିତ କରାଯାଇଥିଲା। ସେ ତା ହାତର ବୁଡା ଆଙ୍ଗୁଠିକୁ କାର୍ଯ୍ୟକ୍ଷମ କରିବାରେ ଅସମର୍ଥ ଥିଲା। କେବଳ ସେତିକି ନୁହେଁ ଗୋଡର ବଡ ଆଙ୍ଗୁଠି ମଧ୍ୟ ଘୁଞ୍ଚାଇବାରେ ଯନ୍ତ୍ରଣା ଅନୁଭବ କରୁଥିଲା।

ଏହାପରେ ପିତାମାତା ତାଙ୍କୁ ଡାକ୍ତରଙ୍କ ନିକଟକୁ ନେଇଥିଲେ। ଏହାପରେ ଲେକ୍ସିଙ୍କୁ ଫାଇବ୍ରୋଡାଇସପ୍ଲାସିଆ ଓସିଫିକାନ୍ସ ପ୍ରୋଗ୍ରେସିଭା (FOP) ନାମକ ବିରଳ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହା ଦୁଇ ଲକ୍ଷ ଶିଶୁଙ୍କ ମଧ୍ୟ କେବଳ ଜଣକୁ ପ୍ରଭାବିତ କରିଥାଏ।

ରୋଗୀର ଏପରି ଅବସ୍ଥା ଶରୀରକୁ ପଥରରେ ପରିଣତ କରିପାରେ ବୋଲି ଜଣାପଡ଼ିଛି।

Comments are closed.